ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

କଲେଜ ଛାତ୍ରୀ ନିବାସରେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ମିଳିବା ମାମଲାରେ ଆକ୍ସନ ମୋଡ଼ରେ ପୋଲିସ୍

1/12/2019 at 12:16 PM

ରାଇରଙ୍ଗପୁର ୦୧।୧୨: ରାଇରଙ୍ଗପୁର କଲେଜ ଛାତ୍ରୀ ନିବାସରେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ହଠାତ ଚେଇଁ ଉଠିଛି ପୋଲିସ ପ୍ରଶାସନ ।  ମାସକ ତଳେ ମୃତ ଫିଜିକ୍ସ ଅଧ୍ୟାପିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସଂପର୍କୀୟ ଭାଇ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ । ପୋଲିସ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏବେ କଲେଜ ହଷ୍ଟେଲରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ହଠାତ୍ ଆକ୍ସନକୁ ଆସିଛନ୍ତି ମୟୂରଭଂଜ ଏସପି । ତଦନ୍ତରେ ଅବହେଳା ପାଇଁ ଝାରପୋଖରିଆ ଆଇଆଇସି ଶରତ ମହାଳିକଙ୍କୁ ବଦଳି କରିଛନ୍ତି । ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ସ୍ବାଇଁଙ୍କୁ ନିଲମ୍ବିତ କରାଯାଇଛି । ଅଭିଯୁକ୍ତକୁ ପୋଲିସ କଟକରୁ ଗିରଫ କରି ପଚରାଉଚରା କରୁଥିବା ସୂଚନା ମିଳିଛି ।

ରାଇରଙ୍ଗପୁର ମହାବିଦ୍ୟାଳୟର କଣ୍ଟ୍ରାକଚୁଆଲ ଫିଜିକ୍ସ ଅଧ୍ୟାପିକା ଥିଲେ ସେ । ରାଇରଙ୍ଗପୁର ମହାବିଦ୍ୟାଳୟ ପରିସର ଛାତ୍ରୀ ନିବାସର ରୁମ ନଂ ୮ ରେ ରହୁଥିଲେ, ରାତିରେ ଖାଇବା ପାଇଁ ଛାତ୍ରୀ ନିବାସ ମେଟ୍ରୋନ ତାଙ୍କୁ ଡାକିଥିଲେ । କବାଟ ନ ଖୋଲିବାରୁ ଏବଂ ଭିତର ପଟୁ କୌଣସି ଶବ୍ଦ ନ ଆସିବାରୁ ମେଟ୍ରୋନ ଓ କିଛି ଛାତ୍ରୀ ମିଶି କବାଟକୁ ଧକ୍କା ଦେଇ ଭିତରକୁ ପଶିଥିଲେ । ଅଧ୍ୟାପିକା ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଥିଲା । ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ କରୁଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମାସକ ପୂର୍ବରୁ ଅଧ୍ୟାପିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଝାରପୋଖରିଆ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୂର୍ବରୁ ଥରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି ।

   Related Posts