ପୁରୀ ହିଂସାକାଣ୍ଡ ଘଟଣା ପରେ ଆକ୍ସନ ମୁଡ୍ରେ ପୋଲିସ ; ଗଣ୍ଡଗୋଳ ଏବଂ ଭଙ୍ଗାରୁଜାରେ ସଂପୃକ୍ତ ୨୩ ଜଣଙ୍କୁ ଗିରଫ କରିଛି ପୋଲିସ
7/10/2018 at 11:44 AM

ପୁରୀ ୭|୧୦: ପୁରୀ ହିଂସାକାଣ୍ଡ ଘଟଣାରେ ପୋଲିସ ଏବେ ପୁରା ଆକ୍ସନ ମୁଡ୍ ରେ । ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ସୂତ୍ରରୁ ପକ୍କା ଖବର ନେବା ପରେ ପୋଲିସ ଗିରଫଦାରୀ ଅଭିଯାନକପ ଜୋରଦାର କରିଛି । ଗଣ୍ଡଗୋଳ ଏବଂ ଭଙ୍ଗାରୁଜାରେ ସଂପୃକ୍ତ ୨୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ । ସବୁଠୁ ବଡ କଥା ପୁରୀ ବନ୍ଦର ନେତୃତ୍ବ ନେଉଥିବା ତଥାକଥିତ କିଛି ନେତାଙ୍କ ବିରୋଧରେ ପୋଲିସ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି । ସେମାନଙ୍କ ଭିତରେ ଅଛନ୍ତି ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ବରିଷ୍ଠ ଦଇତାପତି ତଥା ନଗର କଂଗ୍ରେସ ସଭାପତି ବିନାୟକ ଦାସ୍ ମହାପାତ୍ର, ସେବାୟତ ତଥା ବିଜେପି ସମର୍ଥିତ କର୍ମୀ ସୋମନାଥ ଖୁଣ୍ଟିଆ, ସେବାୟତ ଦାମଦୋର ଦାସମହାପାତ୍ର, ସେବାୟତ ତଥା ବିଜେପି କର୍ମୀ ଭବାନୀ ଦାସମହାପାତ୍ର, ସେବାୟତ ଦାମୋଦର ମହାସୁଆର, ଗୋପାଳ ପଣ୍ଡା ଏବଂ ଆଇନଜୀବୀ ପ୍ରସନ୍ନ ଦାସ । ଏପରିକି ଶାନ୍ତି କମିଟି ସଦସ୍ୟଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।