ପୁଲଓ୍ବାମାରେ ଆତଙ୍କାବାଦୀ-ସେନା ମୁହାଁମୁହିଁ, ଜାରି ରହିଛି ଏନକାଉଣ୍ଟର

Published By : Prameya-News7 Bureau | August 20, 2023 IST

ନୂଆଦିଲ୍ଲୀ, ୨୦/୦୮: ଜମ୍ମୁ-କାଶ୍ମୀରର ପୁଲଓ୍ବାମାର ଲୋରୀ-ପରିଗାମ ଅଞ୍ଚଳରେ ରବିବାର-ଆତଙ୍କବାଦୀ ମୁହାଁମୁହିଁ। ଏବେବି ଏନକାଉଣ୍ଟର ଜାରି ରହିଛି। ପୋଲିସ୍‌ ଏବଂ ସୁରକ୍ଷା ବଳ ଏନକାଉଣ୍ଟର ଜାରି ରଖିଛନ୍ତି । ଏନକାଉଣ୍ଟର ନେଇ କାଶ୍ମୀର ଜୋନ୍‌ ପୋଲିସ୍‌ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ମଧ୍ୟ ଅଗ​‌ଷ୍ଟ ୧୮ରେ ଉତ୍ତର କାଶ୍ମୀରର କୁପଓ୍ବାଡ଼ାରେ ସୁରକ୍ଷାବଳକୁ ବଡ଼ ସଫଳତା ମିଳିଥିଲା। ସୁରକ୍ଷାବଳ ଏଠାରେ  ଯାଞ୍ଚ ଅଭିଯାନ ସମୟରେ ବିପୁଳ ପରିମାଣର ହତିଆର ଜବତ କରିଥିଲା। ଗୁଇନ୍ଦା ଏଜେନ୍ସୀରୁ ମିଳିଥିବା ତଥ୍ୟ ଉପରେ କାର୍ଯ୍ୟାନୁଷ୍ଠାନ କରି ସେନା, ବିଏସଏଫ୍ ଏବଂ ପୋଲିସ୍‌ର ମିଳିତ ଟିମ୍‌ ୧୫ରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ କୁପଓ୍ବାଡ଼ାର ମାଛିଲ ସେକ୍ଟରରେ ବ୍ୟାପକ ଅଭିଯାନ ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ଜାମ୍ମୁ-କାଶ୍ମୀରରେ ଅପରେସନ ଅଲଆଉଟ୍; ପୁଞ୍ଝ ଏଲଓସିରେ ଦୁଇ ଆତଙ୍କବାଦୀ ନିହତ

ଏହି ଅଭିଯାନରେ ହତିଆରର ବିପୁଳ ହତିଆର ଜବତ କରାଯାଇଥିଲା। ଏଥିରେ ପାଞ୍ଚଟି ଏକେ-୪୭, ସାତଟି ପିସ୍ତଲ, ଚାରିଟି ହ୍ୟାଣ୍ଡ୍‌ ଗ୍ରେନେଡ୍ ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.