Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବାଣୀବିହାର ଓ ରାଜଭବନ ଛକରେ କାନ ଧରି ହେଲେ ବସ୍ଉଠ୍

25/03/2020 at 1:16 PM

ଭୁବନେଶ୍ୱର ୨୫।୦୩:  ସାରାରାଜ୍ୟରେ କରୋନା ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଆବଶ୍ୟକ ଥିଲେ ଘରୁ ବାହାରକୁ ବାହାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଲକ୍‌ଡାଉନ୍‌ରୁ ଜରୁରୀ ଓ ଅତ୍ୟାବଶକୀୟ ସାମଗ୍ରୀକୁ ବାଦ୍‌ ଦିଆଯାଇଛି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଲାଗି ଆଇନ୍ କି କାନୁନ୍‌ କିଛି ନାହିଁ। ସଚେତନତା ଲାଗି ସରକାର କଟକଣା ଜାରି କରୁଛନ୍ତି, କିନ୍ତୁ ଏମାନେ ସରକାରଙ୍କ ନିୟମକୁ ଭାଙ୍ଗିବାରେ ସାମାନ୍ୟ ଅବହେଳା ବି କରୁନାହାନ୍ତି। ସାଧାରଣ ଲୋକଙ୍କୁ କିପରି କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ସେଥିଲାଗି ଅହରହ ପ୍ରୟାଶ ଚଳାଉଥିବା ବେଳେ ଏପରି ଲୋକଙ୍କ ଯୋଗୁ ସରକାରଙ୍କ ଘୋଷଣା ଫସର ଫାଟିବାରେ ଲାଗିଛି। ତେବେ ବୁଧବାର ରଜଧାନୀ ରାଜରାସ୍ତାରେ ଏପରି ଆଇନ ଭଙ୍ଗକାରୀଙ୍କୁ ପୋଲିସ ପାନେ ଚଖେଇଛି।

ସାରାରାଜ୍ୟର ଲକ୍‌ଡାଉନ୍‌ରେ ରହିଛି। ରାଜଧାନୀ ଭୁବନେଶ୍ୱରର ପରିସ୍ଥିତି ଆୟତରେ ରଖିବା ଲାଗିବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ତେବେ ବୁଧବାର ଦିନ ଭୁବନେଶ୍ୱର ବାଣୀବିହାର ଛକ ଓ ରାଜଭବନ ଛକରେ ଦେଖିବାକୁ ମିଳିଥିଲା ଏପରି କିଛି ଦୃଶ୍ୟ । ରାଜଧାନୀ ସମେତ ପୂରା ରାଜ୍ୟରେକ କଟକଣା ଜାରି ଥିବା ବେଳେ କିଛି ଯୁବକ ବାଇକରେ ବେଫିକର ବୁଲୁଥିବା ବେଳେ ପୋଲିସ ହାତରେ ଧରାପଡି ରାସ୍ତା ଉପରେ ଉଠ ବସ୍ ହେବା ସହ ଫାଇନ ମଧ୍ୟ ଗଣିଛନ୍ତି।

   Related Posts