ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | July 21, 2023 IST

ଉଦଳା ୨୧/୦୭: ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଯୋଗାଯୋଗ ବିଚ୍ଛିନ୍ନ । ଯାହା ଫଳରେ ବିପଦସଂକୁଳ ଅବସ୍ଥାରେ ଲୋକେ ଯାତାୟାତ କରୁଛନ୍ତି । ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ଉଦଳା-ବାଲେଶ୍ୱର ରାସ୍ତାର କଇଁସାରି ଛକ ନିକଟରେ ତିଆରି ହୋଇଥିବା ଜାମୁଘାଟ ଅସ୍ଥାୟୀ ପୋଲ ଧୋଇଯାଇଛି ।

wp:html /wp:html

ଜାମୁଘାଟରେ ଥିବା ପୁରୁଣା ପୋଲ ଭାଙ୍ଗି ଯାଇଥିବାରୁ ଏହି ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା । ହେଲେ ସେହି ଅସ୍ଥାୟୀ ପୋଲ ଉପରେ ଦେଓ ନଦୀ ପାଣି ପ୍ରବାହିତ ହେବା ଫଳରେ ଧୋଇଯାଇଛି ଅସ୍ଥାୟୀ ପୋଲ । ଯାହା ଫଳରେ ଲୋକେ ପୂର୍ବରୁ ଭାଙ୍ଗି ଯାଇଥିବା ପୋଲ ଉପରେ ଲୋକେ ଯାତାୟାତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.