AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କେନ୍ଦ୍ର ଏବଂ ତିନି ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ, ପୋଲାଭରମ ପ୍ରକଳ୍ପରେ ପରିବେଶ ମଞ୍ଜୁରୀ ଉଲ୍ଲଂଘନ ଅଭିଯୋଗ

29/12/2022 at 6:28 PM

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପକୁ ଦିଆଯାଇଥିବା ପରିବେଶ ମଞ୍ଜୁରୀରେ କଥିତ ଉଲ୍ଲଂଘନ ଅଭିଯୋଗ ନେଇ ଦାଖଲ ଯାଚିକା ଉପରେ କେନ୍ଦ୍ର ଏବଂ ଅନ୍ୟଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ନ୍ୟାୟମୂର୍ତ୍ତି ଏମଏମ ସୁନ୍ଦରେଶଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ ୨୦୨୩ ଫେବ୍ରୁଆରୀ ସୁଦ୍ଧା ନୋଟିସକୁ ଫେରାଯାଇ ପାରିବ।

ଏନଜିଟିର ଏକ ଆଦେଶକୁ ବିରୋଧ କରି ଅର୍ଥଶାସ୍ତ୍ରୀ ପେନ୍ତାପତି ପୁଲ୍ଲାରାଓଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକା ଉପର ସର୍ବୋଚ୍ଚ ଅଦାଲତ ଶୁଣାଣି କରିଥିଲେ । ନିଜ ଯାଚିକା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ଏନଜିଟି ପୁଲ୍ଲାରାଓଙ୍କୁ କହିଥିଲା ।

ଯଚିକାରେ ଅଭିଯୋଗ କରାଯାଇଥିଲା ଯେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟ, ଜଳ ଶକ୍ତି ମନ୍ତ୍ରାଳୟ, ଆନ୍ଧ୍ର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପୋଲାଭୋରମ ପରିଯୋଜନା ପ୍ରାଧିକରଣର ମିଳିତ ରିପୋର୍ଟ ଉପରେ ବିଚାର ନ କରି ଏନଜିଟି ମାମଲାକୁ ବନ୍ଦ କରିଥିଲା । ଆବେଦନକାରୀ କହିଥିଲେ ଯେ ଉଲ୍ଲଂଘନ ସହ ଜଡିତ ଅଭିଯୋଗ ପରିବେଶର ଉଲ୍ଲଂଘନ ଏବଂ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ପରିବେଶ ମଞ୍ଜୁରୀ ପାଇଁ ଥିବା ସର୍ତ୍ତ ଲାଗୁ ନ କରିବା ସହ ଜଡିତ ଅଟେ । ପୁଲ୍ଲାରାଓ ଅଭିଯୋଗ ଯେ ପ୍ରକଳ୍ପ ନିର୍ମାଣ ସ୍ଥାନରେ ନିୟମର ଉଲ୍ଲଂଘନ ହେଉଛି ଏବଂ ବିପୁଳ ପରିମାଣର ବଜ୍ୟବସ୍ତୁ ଗୁଡିକୁ ଚାଷ ଜମିରେ ପକାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଗୋଦାବରୀ ନଦୀରେ ପୋଲାଭରମ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ବୁଧବାର ଡିସେମ୍ୱର ୨୮ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମହୋନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ୧୦,୪୮୫.୩୮ କୋଟି ଟଙ୍କାର ଅର୍ଥ ଆବଣ୍ଟନ ପାଇଁ ଦାବି କରିଥିଲେ ।  

   Related Posts