ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି; ପୁଣି ବ୍ୟାକ୍ ଓ୍ବାଟର ଷ୍ଡଡିର ଆବଶ୍ୟକତା ନାହିଁ: କେନ୍ଦ୍ର

Published By : Prameya-News7 Bureau | October 05, 2018 IST

ଦିଲ୍ଲୀ ୫/୧୦ : ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି ହୋଇଛି | ବ୍ୟାକ୍ ଓ୍ବାଟର ଷ୍ଡଡି ନେଇ ଜବାବ ରଖିଲେ କେନ୍ଦ୍ର ସରକାର | ବ୍ୟାକ୍ ଓ୍ବାଟର ଷ୍ଡଡି ସରିଥିବାରୁ ପୁନଃ ଦାଖଲର ଆବଶ୍ୟକ ନାହିଁ ବୋଲି କୋର୍ଟକୁ କେନ୍ଦ୍ର ଜଣାଇଛି | ୨୦୧୧ରେ ଠାରେ ଷ୍ଡଡି କରାଯାଇଥିବାରୁ ଆଉ ଠାରେ ଷ୍ଟଡି କରିବା ଆବଶ୍ୟକତା ନାହିଁ ବୋଲି କହିଛି କେନ୍ଦ୍ର | ଗତକାଲି ବ୍ୟାକ୍ ଓ୍ବାଟର ଷ୍ଡଡି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ | ନଭେମ୍ବର ୧୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.