ପୋଖରୀରେ ପଡ଼ି ଶିଶୁ ମୃତ, ଖେଳୁଥିବାବେଳେ ଖସିଗଲା ଗୋଡ
19/12/2022 at 10:18 AM
ଚାନ୍ଦବାଲି ୧୯/୧୨: ପୋଖରୀରେ ପଡ଼ି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ହେଉଛନ୍ତି ଚାନ୍ଦବାଲି ଜଳେଶ୍ବରପୁର ଗାଁର ରଣଜିତ ବେହୁରାଙ୍କ ପୁଅ ଅଂଶୁମାନ ବେହୁରା ପୋଖରୀ ନିକଟରେ ଶିଶୁଟି ଖେଳୁଥିବା ସମୟରେ ଅସାବଧାନତାରେ ପୋଖରୀରେ ପଡ଼ିଯାଇଥିଲା ।
ପରିବାର ଲୋକେ ଶିଶୁଟିକୁ ପୋଖରୀ ମଧ୍ୟରୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ମେଡ଼ିକାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି l
Related Posts
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023
ନବ ଦାସ ହତ୍ୟା ମାମଲା, ପୁଣି ରିମାଣ୍ଡରେ ଯିବେ ଅଭିଯୁକ୍ତ ଗୋପାଳ
5 February 2023