ପୋଖରୀରେ ବୁଡ଼ି ଛାତ୍ରୀ ମୃତ, ଗାଧୋଇବାକୁ ଯାଇ ବୁଡିଗଲେ
10/09/2022 at 9:54 AM

ଆଠମଲିକ ୧୦/୦୯: ପୋଖରୀରେ ବୁଡ଼ି ଛାତ୍ରୀ ମୃତ । ଆଠମଲ୍ଲିକ ହଣ୍ଡପା ଥାନା ବଡହୁଲା ଗ୍ରାମରେ ଅଭାବନୀୟ ଘଟଣା । ବଡହୁଲା ଗ୍ରାମର ଗଗନ ପ୍ରଧାନଙ୍କର ୧୩ ବର୍ଷୀୟା ଅଷ୍ଟମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚନା ପ୍ରଧାନ ତାଙ୍କ ଗାଁ ପୋଖରୀକୁ ଗାଁ ଗାଧୋଇବାକୁ ଯାଇଥିଲା ।
ଗାଧୋଇବା ସମୟରେ ସେ ପୋଖରୀରେ ବୁଡ଼ ମାରିଥିଲା । ବୁଡ଼ମାରିବାର କିଛି ସମୟ ପରେବି ପୋଖରୀରୁ ନ ବାହାରିବା ପରେ ଗାଁ ଲୋକ ପୋଖରୀରେ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ଅର୍ଚ୍ଚନା ମୃତ ଶରୀର ପାଇଥିଲେ । ଘଟଣା କୁ ନେଇ ଗାଁରେ ଏକ ଶୋକର ଛାୟା ଖୋଳି ଯାଇଛି ।