ପାକିସ୍ତାନରେ ଚାଞ୍ଚଲ୍ୟ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବିଷ ଦେଇ ଜୀବନରୁ ମାରିବା ପାଇଁ ଷଡ଼ଯନ୍ତ୍ର, ଇମ୍ରାନ ଖାନଙ୍କୁ କରାଗଲା ଟାର୍ଗେଟ

Published By : Prameya-News7 Bureau | October 24, 2019 IST

ଲାହୋର୨୪|୧୦: ପାକିସ୍ତାନ​‌ରେ ଚାଞ୍ଚଲ୍ୟକର ଘଟଣା। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ସରିଫ୍‌ଙ୍କୁ ବିଷ ଦେଇ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ନଓ୍ବାଜ ସରିଫ୍‌ଙ୍କ ପୁଅ ହୁସୈନ ନଓ୍ବାଜ ପାକିସ୍ତାନ ସେନା ଉପରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି। ହୁସୈନ ଅଭିଯୋଗରେ କହିଛନ୍ତି ଯେ ଜେଲରେ ତାଙ୍କ ବାପାଙ୍କୁ ଖାଇବା ପାଇଁ ବିଷ ଦିଆଯାଉଛି। ଏହି କାରଣରୁ ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ଖରାପ ଆଡ଼କୁ ଗତି କରୁଛି।

ହୁସୈନ ନଓ୍ବାଜ ଲଣ୍ଡନରୁ ଟ୍ବିଇଟ୍‌ କରି ଏ ସଂପର୍କରେ ସୂଚନା ଦେବା ପରେ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି ହୋଇଛି। ନଓ୍ବାଜଙ୍କ ସ୍ବାସ୍ଥ୍ୟ ଖରାପ ହେତୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ଶରୀରରେ ପ୍ଲେଟ୍‌ଲେଟ୍‌ସ (Platelets) କମ୍‌ ଥିବା କଥା ହୁସୈନ କହିଛନ୍ତି। ଏଥିସହ ଇମ୍ରାନ ଖାନଙ୍କ ସରକାରକୁ ସେ ସିଧାସଳଖ ଟାର୍ଗେଟ କରିଛନ୍ତି। ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ବାରମ୍ବାର ଖରାପ ହେଉଛି। ଡାକ୍ତରଙ୍କ କହିବା ଅନୁସାରେ ନଓ୍ବାଜଙ୍କ ଶରୀରର ପ୍ଲେଟ୍‌ଲେଟ୍‌ସ ୧୬୦୦୦ରୁ ୨୦୦୦  ହଜାରରେ ପହଞ୍ଚିଛି। ଏହା ସତ୍ବେ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନାହିଁ। ଏହାର କାରଣ କେବଳ ଇମ୍ରାନଙ୍କ ସରକାର ବୋଲି ହୁସୈନ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସୋମାବାରରେ ପାକ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ଙ୍କୁ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ପ୍ଲେଟ୍‌ଲେଟ୍‌ସ କାଉଣ୍ଟ ଡାଉନ କମ୍ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.