ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା 'ସାରେ ଜାହାଁ ସେ ଆଚ୍ଛା'ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ

Published By : Prameya-News7 Bureau | May 27, 2023 IST

ନୂଆଦିଲ୍ଲୀ: ସାରେ ଜାହାଁ ସେ ଆଚ୍ଛା ଗୀତ ଲେଖିଥିବା ପାକିସ୍ତାନୀ ରାଷ୍ଟ୍ରୀୟ କବି ମହମ୍ମଦ ଇକବାଲଙ୍କ ଚେପ୍ଟରକୁ ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟାଇ ଦିଆଯାଇଛି। ରାଜନୀତି ବିଜ୍ଞାନ ବହିରେ ଥିବା ତାଙ୍କରି ବିଷୟକୁ ହଟାଇ କିଛି ନୂଆ ବିଷୟ ଯୋଡ଼ା ଯାଇଛି।

ଶୁକ୍ରବାର ମାରାଥନ ବୈଠକର ପରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଆକାଡେମୀ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କବି ଇକବାଲଙ୍କ ପାଠ୍ୟକ୍ରମ ହଟାଇବାକୁ ରାଜନୀତି ବିଜ୍ଞାନର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଗାନ୍ଧୀଙ୍କ ଉପରେ ଆଧାରିତ ଏକ ପେପରକୁ ଚତୁର୍ଥ ଓ ସପ୍ତମ ସେମିଷ୍ଟରରେ ଯୋଡ଼ାଯାଇଛି।

Delhi University defers decision to re-open campus for science students |  Delhi News, The Indian Express

ତେବେ ମହମ୍ମଦ ଇକ୍‌ବାଲଙ୍କ ଚେପ୍ଟର ହଟାଇବାକୁ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର କିଛି ସଦସ୍ୟ ଅରାଜି ହୋଇଥିଲେ। ସଦସ୍ୟଙ୍କ ଅସହମତି ସତ୍ତ୍ୱେ ବି ବିଷୟକୁ ହଟାଇ ଦିଆଯାଇଛି। ଅଧିକାରୀଙ୍କ ସୂଚନା ଅନୁସାରେ ବିଏ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରେ ପାକିସ୍ତାନ ରାଷ୍ଟ୍ରୀୟ କବି ମହମ୍ମଦ ଇକବାଲଙ୍କ ଉପରେ ଲିଖିତ ବିଷୟକୁ ହଟାଇବା ସହିତ କେତେକ ପାଠ୍ୟକ୍ରମରେ ପରିବର୍ତ୍ତନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହା ଉପରେ କାର୍ଯ୍ୟକାରୀ ପରିଷଦ ଶେଷ ନିଷ୍ପତ୍ତି ନେଇଥିଲେ।  

wp:heading {"level":4}

ଏହି ଖବରଟିକୁ ପଢ଼ନ୍ତୁ- ବିଜ୍ଞାନ ପାଠ୍ୟକ୍ରମରୁ ଚାର୍ଲ୍ସ ଡାରୱିନ୍‌ଙ୍କ ବିକାଶ ସିଦ୍ଧାନ୍ତ ହଟାଇଲା NCERT, ଆପତ୍ତି ଦର୍ଶାଇଲେ ବୈଜ୍ଞାନିକ

/wp:heading

ତେବେ ପାଠ୍ୟକ୍ରମରେ ମହମ୍ମଦ ଇକବାଲଙ୍କ ବିଷୟ ହଟାଇବାକୁ ଆକାଡେମୀ ପରିଷଦର ୬ ସଦସ୍ୟ ଅସହମତି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଶିକ୍ଷକଙ୍କ ଠାରୁ କୌଣସି ପରାମର୍ଶ ନିଆଯାଇ ନାହିଁ ବୋଲି ୬ ସଦସ୍ୟ କହିଥିଲେ। ସେହିପରି ଜଣେ ସଦସ୍ୟ  ମିଠୁରାଜ ଧୁସିଆ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ପ୍ରସ୍ତାବ ବିଭାଜନକାରୀ। ଏଥିରେ ସାମ୍ପ୍ରଦାୟିକ ଭାଷଣକୁ ପ୍ରୋତ୍ସାହନ ମିଳିବ। କାଉନସିଲର ବୈଠକ ଖେଳ ଓ ଅନ୍ୟାନ୍ୟ ଆନୁସଂଗିକ କାର୍ଯ୍ୟ ପାଇଁ ଡକାଯାଇଥିଲା। ହେଲେ ଏପରି ନିଷ୍ପତ୍ତି ଠିକ୍ ନୁହେଁ ବୋଲି ସେ କହିଛନ୍ତି।  ଅନ୍ୟପଟେ ଡିୟୁର ଏହି ନିଷ୍ପତ୍ତିକୁ ଆର୍‌ଏସ୍‌ଏସ୍ ସହ ଜଡ଼ିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସ୍ୱାଗତ କରିଛି।  

Accused by ABVP of promoting fundamentalism, 6 teachers taken off duty in  Indore - Hindustan Times

ଏହା ପୂର୍ବରୁ ଏନ୍‌ସିଇଆର୍‌ଟି ପୁସ୍ତକରୁ ମୋଗଲ ଏରା ବିଷୟକୁ ହଟାଇଭାକୁ ନେଇ ବିବାଦ ଦେଖା ଦେଇଥିଲା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ଛାତ୍ରଛାତ୍ରୀମାନେ ଏବେ ଦଶମ, ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀରେ ଇତିହାସ ଓ ରାଜନୀତି ବିଜ୍ଞାନର ନୂଆ ବହି ପଢିବେ । ପିଲା ଇତିହାସ ବହିରେ ଆଉ ମୋଗଲ ସାମ୍ରାଜ୍ୟ, ଦିଲ୍ଲୀ ଦରବାର, ଆକବରନାମା, ବାଦଶାହାନାମା, ଶୀତଳ ଯୁଦ୍ଧ, ନକ୍ସଲ ଆନ୍ଦୋଳ ଆଦି ବିଷୟ ପାଇବେ ନାହିଁ । ଏନସିଇଆରଟି ଏହାକୁ ପାଠ୍ୟଖସଡ଼ାକୁ ହଟାଇ ଦେଇଛି।

wp:html /wp:html

ମହମ୍ମଦଦ ଇକବାଲ କିଏ ?

ଅବିଭାଜିତ ଭାରତର ସିଆଲକୋଟ୍‌ରେ ୧୮୭୭ ମସିହାରେ ମହମ୍ମଦ ଇକବାଲ ସାରେ ଜାହାଁ ସେ ଆଚ୍ଛା ଗୀତ ଲେଖିଥିଲେ। ପାକିସ୍ତାନ ଗଠନରେ ତାଙ୍କୁ ଶ୍ରେୟ ଦିଆଯାଇଥାଏ। ଇକବାଲ ଉର୍ଦ୍ଦ ଓ ପାର୍ସୀ ଭାଷାରେ ଶାୟରୀ ଲେଖୁଥିଲେ। ଦେଶ ବିଭାଜନ ପରେ ଇକବାଲ ପାକିସ୍ତାନ ଚାଲିଯାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.