scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ମାଉସୀ ମା’ ମନ୍ଦିରରେ ଚାଲିଛି ପୋଡପିଠା ପ୍ରସ୍ତୁତି, ଶ୍ରୀମନ୍ଦିରକୁ ବାହୁଡିବା ବେଳେ ଖାଇବେ ମହାପ୍ରଭୁ

27/06/2023 at 5:08 PM

ପୁରୀ ୨୬: ନବଦିନାତ୍ମକ ଘୋଷଯାତ୍ରା ସାରି ବୁଧବାରରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିବେ ମହାପ୍ରଭୁ । ଆଉ ଫେରିବା ବାଟରେ ବଡ଼ଦାଣ୍ତ ସ୍ଥିତ ମାଉସୀ ମା’ ମନ୍ଦିର ସମ୍ମୁଖରେ ଅଟକିବ ରଥ । କାରଣ ଶ୍ରଦ୍ଧାରେ ମାଉସୀ ମା’ ପ୍ରସ୍ତୁତ କରୁଛନ୍ତି ପୋଡପିଠା । ତେବେ ଏହି ପୋଡ଼ପିଠା ବ୍ରହ୍ମାଣ୍ତକର୍ତ୍ତାଙ୍କୁ ଖୁଆଇ ମାଉସୀ ମା’ ମେଲାଣୀ ଦେବେ । ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଅର୍ଦ୍ଧଶୋଷିନୀ ବା ଅର୍ଦ୍ଧାଶିନୀ ମାଉସୀ ମା’ ଶ୍ରୀକ୍ଷେତ୍ରକୁ ସୁରକ୍ଷା ଯୋଗାଇ ଆସୁଛନ୍ତି । 

ଜନସୃତି, ବିଶ୍ୱାସ ଅନୁଯାୟୀ ବଡ଼ଦାଣ୍ତର ମଧ୍ୟଭାଗରେ ଥିବା ଶ୍ରଜଗନ୍ନାଥଙ୍କ ମାଉସୀ ହେଉଛନ୍ତି ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷିନୀ । ପ୍ରଳୟ ଜଳକୁ ଶୋଷଣ କରୁଥିବାରୁ ତାଙ୍କର ଏପରି ନାଁ । ପ୍ରାକୃତିକ ଦୁର୍ବିପାକରୁ ସେ ଶ୍ରକ୍ଷେତ୍ରକୁ ସୁରକ୍ଷା ଦେଇଥାନ୍ତି । ପରମ୍ପରା ଅନୁଯାୟୀ ବାହୁଡ଼ା ଦିନ ରଥ ଶ୍ରୀମନ୍ଦିର ଅଭିମୁଖେ ଫେରୁଥିବା ସମୟରେ ମାଉସୀମା ପ୍ରସ୍ତୁତ କରିଥିବା ପୋଡପିଠା ପୁତୁରା, ଝିଆରୀଙ୍କୁ ଆଦର ଓ ଶ୍ରଦ୍ଧାରେ ଖୁଆଇବେ । ଏହା କାହିଁ କେଉଁ କାଳର ପରମ୍ପରା ବୋଲି ମାଉସୀ ମା’ଙ୍କ ସେବାୟତ କହିଛନ୍ତି । ତେଣୁ ମାଉସୀ ମା’ଙ୍କ ନିର୍ଦ୍ଦେଶରେ ଏହି ସେବକମାନେ ବେଶ୍ ନିଷ୍ଠାର ସହ ପୋଡ଼ପିଠା ପ୍ରସ୍ତୁତ କରୁଛନ୍ତି । 

ବିଧି ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ଦିନ ପାରମ୍ପରିକ ବିଧିରେ ଚୁଲି ନିର୍ମାଣ କରାଯାଇ ପୋଡ଼ପିଠା ପ୍ରସ୍ତୁତ ହେଉଛି । ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ, ପିସ୍ତା ବାଦାମ ଏବଂ ଘିଅର ଏକ ମିଶ୍ରଣ ପ୍ରସ୍ତୁତ ହୁଏ । ଇଟାରେ ଚୁଲି ପ୍ରସ୍ତୁତ କରି ଚୁଲିରେ ପାଣିହାଣ୍ତି ବସାଇ ଏହାକୁ ଗରମ କରାଯାଏ । ହାଣ୍ତି ଉପରେ ଏକ ଜାଲି ପଡ଼ିଥାଏ । ଜାଲିରେ ଏକ ପାତ୍ର ପକାଯାଇ ଅଟା ମିଶ୍ରଣକୁ ରଖାଯାଏ । ଗରମ ପାଣିରୁ ନିର୍ଗତ ବାଷ୍ପରେ ୭ରୁ ୮ ଘଣ୍ଟା ଏହି ମିଶ୍ରଣ ସିଝିଥାଏ । ଏହା ସମ୍ପୂର୍ଣ୍ଣ ମିଶି ପାଗ ହୋଇଯିବା ପରେ ତାହାକୁ ଓହ୍ଲାଇ ଥଣ୍ତା କରାଯାଏ । ପରେ ତାହାକୁ ସାଇଜ୍ କରି କଟାଯାଇ ଭଲ ଘିଅରେ ଛଣାଯାଏ । ୩ଟି କୁଡୁଆରେ ରଖି ଏହାକୁ ମହାପ୍ରଭୁଙ୍କ ରଥ ନିକଟରେ ଭୋଗ କରାଯାଏ । ବର୍ଷକରେ ଗୋଟିଏ ଥର ଏହି ଭୋଗ ହେଉଥିବାରୁ ଏହାର ବ୍ୟବସାୟୀ କରଣ ଅର୍ଥାତ୍ ପୋଡ଼ପିଠା ବିକ୍ରି କରାଯାଏ ନାହିଁ । 

ବାହୁଡ଼ା ଯାତ୍ରାରେ ଫେରିବା ବେଳେ ତିନି ରଥ ମାଉସୀ ମା’ ମନ୍ଦିର ନିକଟରେ ଅଟକିଯାଏ । ପ୍ରତି ରଥ ପାଖରେ କୁଡୁଆରେ ପୋଡ଼ପିଠା ଲାଗି ହୋଇଥାଏ । ଏହା ପରେ ଭୋଗ ହୋଇଥିବା ଏହି ପିଠାକୁ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ । ତେବେ ଭକ୍ତମାନେ ମହାପ୍ରଭୁଙ୍କ ଏହି ଅତି ପ୍ରିୟ ପୋଡ଼ପିଠା ପାଇ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଥାନ୍ତି । 

You Can Read :

   Related Posts