ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଲଞ୍ଚ ହେଲା Poco X5 Pro ଏବଂ Poco X5 ସ୍ମାର୍ଟଫୋନ୍, ଗ୍ରାହକଙ୍କୁ ମିଳିବ ଦମଦାର୍‌ ରାମ୍‌ ସହ ଦମ୍‌ଦାର କ୍ୟାମେରା

7/02/2023 at 5:25 PM

ନୂଆଦିଲ୍ଳୀ, ୦୭/୦୨: ସ୍ମାର୍ଟଫୋନ୍ କମ୍ପାନୀ Poco ଏହାର ନୂଆ X5 ସିରିଜ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି। କମ୍ପାନୀ ଏହାର Poco X5 Pro ସହ କମ୍ପାନୀ Poco X5 କୁ ଭାରତ ସହ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍‌ରେ ଗ୍ରାହକଙ୍କ ପାଇଁ ବଜେଟ୍‌ ସେଗମେଣ୍ଟରେ ଦମ୍‌ଦାର୍‌ ଫିଚର ରହିଛି। ଫୋନ୍‌ରେ କ୍ବାଲକମ୍ ସ୍ନାପ୍‌ଡ୍ରାଗନ୍ ପ୍ରୋସେସର, ଆମୋଲୋଡ୍‌ ଡିସପ୍ଲେ ଆଦି ଫିଚର୍ସ ରହିଛି।

Poco X5 ମଡେଲର ରହିଛି ଏହି ଫିଚର୍ସ:

ପୋକୋ X5ର ଫିଚର୍ସ କହିଲେ, ଏଥିରେ ଗ୍ରାହକଙ୍କୁ ୬.୬୭ ଇଞ୍ଚର ଫୁଲ୍‌ ଏଚଡି+ ଆମୋଲେଡ୍‌ ଡିସପ୍ଲେ ଦେଖିବାକୁ ମିଳିବ। ଯାହାର ରିଫ୍ରେସ୍‌ ରେଟ୍‌ ୧୨୦ ହର୍ଟଜର ରହିଛି। ଫୋନ୍‌ରେ ଗ୍ରାହକଙ୍କୁ Qualcomm Snapdragon 695 5G ପ୍ରୋସେସର ଦେଖିବାକୁ ମିଳିବ।

ସେହିପରି କ୍ୟାମେରାରେ ଗ୍ରାହକଙ୍କୁ ଟ୍ରିପଲ୍ କ୍ୟାମେରା ମିଳିବ। ଯେଉଁଥିରେ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲର ଅଲ୍ଟ୍ରାଓ୍ବାଇଡ୍ କ୍ୟାମେରା ଏବଂ ୨ ମେଗାପିକ୍ସଲରେ ମାକ୍ରୋ କ୍ୟାମେରା ରହିଛି। ସେହିଭଳି ୧୩ ମେଗାପିକ୍ସଲର ସେଲ୍ଫୀ କ୍ୟାମେରା ରହିଛି।

ବ୍ୟାଟେରୀରେ ଏଥିରେ 5000 mAhର ବ୍ୟାଟେରୀ ରହିଛି ଯାହାକି 33W ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ରହିଛି। ଫୋନ୍‌ରେ ୫ଜି ସହ ଡୁଆଲ୍‌ ବ୍ୟାଣ୍ଡ୍‌ ଓ୍ବାଇଫାଇ, ସାଇଡ୍‌-ମାଉଣ୍ଟେଡ୍‌ ଫିଙ୍ଗରପ୍ରିଣ୍ଟ୍‌ ସେନ୍ସର, ୩.୫ ଏମଏମ ଜ୍ୟାକ୍ ରହିଛି। ତେବେ ଏହି ସ୍ମାର୍ଟଫୋନ୍‌କୁ ୬ଜିବି+୧୨୮ ଜିବି ଏବଂ ୮ଜିବି+୨୫୬ ଜିବି ଭ୍ୟାରିଏଣ୍ଟର ଲଞ୍ଚ କରାଯାଇଛି।

ଏଭଳି ରହିଛି Poco X5 Proର ଫିଚର୍ସ:

Poco X5 Proରେ ମଧ୍ୟ ଗ୍ରାହକଙ୍କୁ ୬.୬୭ ଇଞ୍ଚର Xfinity ଫୁଲ୍ ଏଚଡି ପ୍ଲସ୍‌ ଆମୋଲେଡ୍‌ ଡିସପ୍ଲେ ଦେଖିବାକୁ ମିଳିବ। ଏଥିରେ Qualcomm Snapdragon 778G ପ୍ରୋସେସର ରହିଛି। ଏହା ସହ ଏଲପିଡିଡିଆର୪ଏକ୍ସ ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ରହିଛି। ଫୋନ୍‌ ଆଣ୍ଡ୍ରଏଡ୍ ୧୨ ଓଏସ ରହିଛି।

କ୍ୟାମେରାରେ ବିଷୟରେ କହିଲେ ଫୋନ୍‌ରେ ୧୦୮ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲର ଅଲ୍ଟ୍ରା-ଓ୍ବାଇଡ୍‌ ଲେନ୍ସ ଏବଂ ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ରହିଛି। ଏଥିରେ ୟୁଜର୍ସ 4K ଭିଡିଓ ମଧ୍ୟ ସୁଟିଂ କରିପାରିବେ। ଫୋନ୍‌ରେ ୧୬ ମେଗାପିକ୍ସେଲର ସେଲ୍ଫୀ କ୍ୟାମେରା ରହିଛି।

ଫୋନ୍‌ରେ 5000 mAhର ବ୍ୟାଟେରୀ ରହିଛି। ଯାହା 67W ଫାଷ୍ଟ୍‌ ଚାର୍ଜିଂ ସପୋର୍ଟ ରହିଛି। ଏହାକୁ ଦୁଇଟି ଭ୍ୟାରିଏଣ୍ଟ ୬ଜିବି+୧୨୮ ଜିବି ଏବଂ ୮ଜିବି+୨୫୬ ଜିବି ଭ୍ୟାରିଏଣ୍ଟର ଲଞ୍ଚ କରାଯାଇଛି। ଫୋନ୍‌ରେ ୫ଜି ସହ ଡୁଆଲ ବ୍ୟାଣ୍ଡ୍ ଓ୍ବାଇଫାଇ, ୩.୫୫ ଏମଏମ ଜ୍ୟାକ୍ ସୁବିଧା ରହିଛି।

ଏଭଳି ରହିଛି ମୂଲ୍ୟ:

Poco X5 ର ମୂଲ୍ୟ ୨୦,୫୦୦ ଟଙ୍କାରୁ ଆରମ୍ଭ ହେଉଥିବାବେଳେ Poco X5 Proର ମୂଲ୍ୟ ୨୨, ୯୯୯ ଟଙ୍କାରୁ ଆରମ୍ଭ ହେଉଛି।

   Related Posts