ଅର୍ଥନୀତିର ଅନ୍ୟ ଏକ କ୍ଷେତ୍ରରେ ଐତିହାସିକ ହ୍ରାସ, ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଦେଶର ସର୍ଭିସ PMI

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ :  କରୋନା ସଂକ୍ରମଣ ରୋକିବା ଲାଗି ସାରା ଦେଶରେ ଲକଡାଉନ ଜାରି ରହିଛି। ଫଳରେ ଫ୍ୟାକ୍ଟ୍ରି ଆଉଟ୍‌ପୁଟ୍ ହ୍ରାସ ହୋଇଥିବା ବେଳେ ଏବେ ପର୍ଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମଆଇ) ତାର ସର୍ବନିମ୍ନ ସ୍ତରରେ ପହଞ୍ଚିବା ନୂଆ ଚିନ୍ତାର କାରଣ ପାଲଟିଛି। ଏବେ ଦେଶର ପିଏମଆଇ ୫.୪ର ସର୍ବନିମ୍ନ ସ୍ତରରେ ରହିଛି। ପ୍ରାୟ ୧୪ ବର୍ଷ ପୂର୍ବେ ଦେଶରେ ପ୍ରଥମ ଥର ସର୍ଭିସ୍ ସେକ୍ଟରର ଡାଟା ସଂଗ୍ରହ କରାଯାଇଥିଲା।  ମାର୍ଚ୍ଚମାସରେ ଲକଡାଉନ୍‌ ପୂର୍ବରୁ ପିଏମଆଇ ସୂଚକାଙ୍କ ୪୯.୩ ଥିଲା। ହେଲେ ୨ ମାସରେ ଏହାର ସର୍ବନିମ୍ନ ସ୍ତରରେ ପହଞ୍ଚିବା ଏବେ ଚିନ୍ତାର କାରଣ ପାଲଟିଛି।

{"id":265560,"sizeSlug":"large"}

ସୂଚନା ଯୋଗ୍ୟ ଯେ ପିଏମଆଇକୁ ଦେଶର  ଉତ୍ପାଦନ ଓ ସେବା କ୍ଷେତ୍ରର ଆର୍ଥିକ ସ୍ୱାସ୍ଥ୍ୟ ମାପକାଠୀ କୁହାଯାଏ। ଏଥିରୁ ଦେଶର ଆର୍ଥିକ ସ୍ଥିତିର ଅନୁମାନ କରାଯାଇଥାଏ। ଏଥିରେ ସମସ୍ତ ସେବା କ୍ଷେତ୍ର ସମେତ ଘରୋଇ କ୍ଷେତ୍ର ମଧ୍ୟ ସାମିଲ ଅଛନ୍ତି। ଏଥିଲାଗି ନିର୍ଦ୍ଧାରିତ ମାନଦଣ୍ଡ ସବୁ ଦେଶରେ ପ୍ରାୟ ସମାନ। ଆର୍ଥିକ ସ୍ଥିତି ନେଇ ଅଧିକାରୀକ ଆକଳନ ପୂର୍ବରୁ ସଠିକ ସ୍ଥିତି ଜାଣିବା ଲାଗି ପ୍ରତ୍ୟେକ ଦେଶ ପିଏମଆଇ ଅନୁସରଣ କରୁଛନ୍ତି। ଏପ୍ରିଲରେ ଦେଶର ପିଏମଆଇ ୨୭.୪କୁ ଖସି ଆସିଥିଲା। ୨୦୦୫ ମସିହା ପରେ ପିଏମଆଇର ଏହା ସର୍ବନିମ୍ନ ସ୍ତର ଥିଲା।

{"id":265562,"sizeSlug":"large"}

ପିଏମଆଇ ଦେଶର ସୁସ୍ଥ ଅର୍ଥବ୍ୟବସ୍ଥାର ସୂଚକାଙ୍କ। ଏହି ଆଧାରରେ କମ୍ପାନୀମାନଙ୍କୁ  ଅଧିକ ଉତ୍ପାଦନ ଲାଗି ଅର୍ଡର ମିଳିଥାଏ। କମ୍ପାନୀମାନଙ୍କର ଉତ୍ପାଦନ ବୃଦ୍ଧି ହେଲେ ରୋଜଗାରର ଅବସର ସୃଷ୍ଟି ହୁଏ। ଫଳରେ ଅର୍ଥ ବ୍ୟବସ୍ଥା ଉପରେ ସକରାତ୍ମକ ପ୍ରଭାବ ପଡିଥାଏ। ଅର୍ଥଶାସ୍ତ୍ରୀମାନେ ମଧ୍ୟ ଏହି ମାନଦଣ୍ଡର ଅନୁସରଣ କରିଥାନ୍ତି। ଆର୍ଥିକ ବଜାର ଉପରେ ମଧ୍ୟ ପିଏମଆଇର ପ୍ରଭାବ ରହିଥାଏ। କାରଣ ପିଏମଆଇରୁ କମ୍ପାନୀମାନଙ୍କ ଆୟର ସଂକେତ ଦେଇଥାଏ। ଏଣୁ ବଣ୍ଡ ବଜାର ଓ ନିବେଶକ ଏହି ଇଣ୍ଡେକ୍ସ ଉପରେ ମଧ୍ୟ ନଜର ରଖିଥାନ୍ତି। ଏହି ସୂଚକାଙ୍କ ଆଧାରରେ ନିବେଶକ ପ୍ରତିଯୋଗୀତାମୂଳକ ଅର୍ଥବ୍ୟବସ୍ଥାରେ ନିବେଶ ଲାଗି ନିଷ୍ପତ୍ତି କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.