ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଅପରାହ୍ନ ୩ଟା ରେ ଜାମ୍ମୁ କାଶ୍ମୀର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ: କାଶ୍ମୀରରେ ପଣ୍ଡିତଙ୍କ ବିରୋଧ ପ୍ରଦର୍ଶନ

24/06/2021 at 2:28 PM

ନୂଆଦିଲ୍ଲୀ ୨୪/୦୬ : ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆଜି ଜାମ୍ମୁ କାଶ୍ମୀରରେ ସର୍ବଦଳୀୟ ବୈଠକ ବସିବ। ଏହି ବୈଠକରେ ଜାମ୍ମୁ କାଶ୍ମୀରର ୮ ରାଜନୈତିକ ଦଳର ୧୪ ନେତା ସାମିଲ ହେବେ। ଏଥିପାଇଁ ଜାମ୍ମୁ କାଶ୍ମୀର ଓ ଏଲଓସିରେ ୪୮ ଘଣ୍ଟା ଆଲର୍ଟ ଜାରି କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହ ଓ ଏନଏସଏ ଅଜିତ ଡୋଭାଲଙ୍କ ବୈଠକ ଶେଷ ହୋଇଛି। ଉଭୟ ପ୍ରଧାନମନ୍ତ୍ରୀ ଆବାସରୁ ବାହାରି ଯାଇଛନ୍ତି। ଅପରାହ୍ନ ୩ଟା ରେ କାଶ୍ମୀର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ଆବାସରେ ବୈଠକ ହେବ। ଏହି ବୈଠକରେ ଅମିତ ଶାହ ଓ ଅଜିତ ଡୋଭାଲ ମଧ୍ୟ ସାମିଲ ହେବେ।

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପୂର୍ବତୁ ସିପିଆଇ-ଏମ ନେତା ୟୁସୁଫ ତାରିଗମି କହିଛନ୍ତି ଯେ, ‘ଏଠାରେ ବିଧାନସଭା ନିର୍ବାଚନ କରାଇବାକୁ କିଏ ରୋକିଛି ? ଆମ ଲୋକଙ୍କ ସାମ୍ନାରେ ଏକ ସମସ୍ୟା ଅଛି ଯେ ହୁଏତ ଆମେ ପରସ୍ପର ଉପରେ ରାଗିଥାଉ କିନ୍ତୁ ଆମେ ଅଲଗା ହେବାକୁ ଚାହୁଁନାହୁଁ। ସରକାର କାହାକୁ ନ ପଚାରି କେନ୍ଦ୍ର ଶାସିତ ପ୍ରଦେଶରେ ବଦଳାଇଦେଲେ ଓ ସମସ୍ତଙ୍କୁ ବାଣ୍ଟିଦେଲେ।’

ଅପରପକ୍ଷରେ କାଶ୍ମିରୀ ପଣ୍ଡିତ ପ୍ରଧାନମନ୍ତ୍ରୀଙ୍କ ବୈଠକ ବିରୋଧରେ ଏକଜୁଟ ହୋଇଛନ୍ତି। କାଶ୍ମିରୀ ପଣ୍ଡିତଙ୍କ ସଂଗଠନ ଅଲ ଇଣ୍ଡିଆ ୟୁଥ କାଶ୍ମିରୀ ସମାଜର କାର୍ଯ୍ୟକର୍ତ୍ତା ଜାମ୍ମୁରେ ଏହି ବୈଠକ ବିରୋଧରେ ପ୍ରଦର୍ଶନ କରିଛନ୍ତି ଓ ନାରାବାଜି କରିଛନ୍ତି। କାଶ୍ମିରୀ ପଣ୍ଡିତ ଆରୋପ ଲଗାଇଛନ୍ତି ଯେ ଗତ ୩ ଦଶକ ଧରି ଜାମ୍ମୁ କାଶ୍ମୀରର ବିଭିନ୍ନ ରାଜନୈତିକ ଦଳ ସେମାନଙ୍କୁ ତିରସ୍କାର କରିଛନ୍ତି ଓ ସେମାନଙ୍କୁ ରାଜନୈତିକ ମୋହରା ଭଳି ବ୍ୟବହାର କରିଛନ୍ତି।

ଜାମ୍ମୁ କାଶ୍ମୀରର କଂଗ୍ରେସ ନେତା ମୋଦି ସହ ସର୍ବଦଳୀୟ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଓ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସହ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। କଂଗ୍ରେସର ୩ ନେତା ଗୁଲାମ ନବୀ ଆଜାଦ, ଗୁଲାମ ମହମ୍ମଦ ମିତ୍ର ଓ ତାରାଚାନ୍ଦ ସର୍ବଦଳୀୟ ବୈଠକରେ ସାମିଲ ହେବେ।

   Related Posts