ପ୍ରଧାନମନ୍ତ୍ରୀ ଚାହାନ୍ତି ଲୋକ ଜୟଶ୍ରୀ ରାମ ନାରା ଲଗାନ୍ତୁ ଓ ଭୋକରେ ମରନ୍ତୁ: ରାହୁଲ ଗାନ୍ଧୀ

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି ଯେ ମୋଦୀ ଚାହୁଁଛନ୍ତି ଦେଶର ଲୋକେ ଜୟ ଶ୍ରୀ ରାମ ନାରା ଦେଇ ଭୋକରେ ମରନ୍ତୁ। ବୁଧବାର ମଧ୍ୟପ୍ରଦେଶର ସରଙ୍ଗପୁରରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀଙ୍କୁ ଏପରି ଟାର୍ଗେଟ୍ କରିଛନ୍ତି ରାହୁଲ।

ରାହୁଲ ଯାତ୍ରା ଶୁଭାରମ୍ଭ କଲା ବେଳେ ସରଙ୍ଗପୁରରେ ବିଜେପି କର୍ମୀ ମୋଦୀ ମୋଦୀ ନାରା ଓ ଜୟ ଶ୍ରୀ ରାମ ନାରା ଲଗାଇଥିଲେ। ଏଥିସହିତ ବିଜେପି କର୍ମୀମାନେ ରାହୁଲଙ୍କୁ ଆଳୁ ଦେଇ ଏଥିରୁ ସୁନା ବାହାର କରିବାକୁ କହିଥିଲେ।

ପ୍ରକୃତରେ ରାହୁଲ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରି ଥରେ କହିଥିଲେ ଯେ ଏମିତି ମେସିନ ଲଗାଇବେ ଗୋଟେ ପଟେ ଆଳୁ ପୂରାଇଲେ ଅନ୍ୟପଟେ ସୁନା ବାହାରିବ। ହେଲେ ରାହୁଲଙ୍କ ଏପରି କଟାକ୍ଷକୁ ବିଜେପି ଓଲଟା ବୁଝି ତାଙ୍କୁ ହଁ ଥଟା କରୁଛି।

ପଢ଼ନ୍ତୁ-ହିମାଚଳ ପ୍ରଦେଶ ରାଜ୍ୟସଭା ଆସନରୁ ଇସ୍ତଫା ଦେଲେ ନଡ୍ଡା, ଧନଖଡଙ୍କୁ ପଠାଇଲେ ପତ୍ର

ମଧ୍ୟପ୍ରଦେଶରେ ବିଜେପି କର୍ମୀ ରାହୁଲ ଗାନ୍ଧୀଙ୍କୁ ତାତ୍ସଲ୍ୟ କରିଥିବା ବେଳେ ରାହୁଲ କିନ୍ତୁ ଦେଶର ଯୁବକଙ୍କ ବେକାରୀ ସ୍ଥିତି ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ କହିଛନ୍ତି ଯେ ଦେଶର ଯୁବବର୍ଗ କେବଳ ସୋସିଆଲ୍ ମିଡିଆରେ ରିଲ୍‌ ଦେଖି ଜୀବନ ବରବାଦ କରୁଛନ୍ତି। ପ୍ରଧାନମନ୍ତ୍ରୀ ସବୁବେଳେ ଚାହାନ୍ତି ଯେ ଆପଣମାନେ ସବୁବେଳେ ନିଜର ମୋବାଇଲ୍ ଦେଖୁଥାନ୍ତୁ। ଜୟ ଶ୍ରୀ ରାମ ନାରା ଦେଇ ଭୋକରେ ମରନ୍ତୁ ବୋଲି ରାହୁଲ କହିଛନ୍ତି। ଅଗ୍ନିବୀର ଯୋଜନାକୁ ନେଇ ମଧ୍ୟ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.