ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗତ ୩ ବର୍ଷରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ: ରାଜ୍ୟସଭାରେ ଖର୍ଚ୍ଚର ହିସାବ ରଖିଲେ ମନ୍ତ୍ରୀ

2/02/2023 at 8:49 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ରୁ ଏପର୍ଯ୍ୟନ୍ତ ୨୧ ଥର ବିଦେଶ ଯାତ୍ରା କରିଛନ୍ତି। ଏଥିରେ ସରକାରୀ ତହବିଲ୍‌ରୁ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ସେହିପରି ୨୦୧୯ରୁ ରାଷ୍ଟ୍ରପତି ୮ ଥର ବିଦେଶ ଯାତ୍ରା କରିଥିବା ବେଳେ ତାଙ୍କ ଗସ୍ତରେ ୬.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଓ ଏଥିପାଇଁ ଲାଗିଥିବା ସରକାରୀ ଖର୍ଚ୍ଚକୁ ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ରଖି ଏହି ହିସାବ ଦେଇଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ।

ରାଜ୍ୟସଭାରେ ମନ୍ତ୍ରୀ ଲିଖିତ ସୂଚନା ଦେଇ କହିଛନ୍ତି “ ୨୦୧୯ ଠାରୁ ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଗସ୍ତରେ ୬,୨୪,୩୧,୪୨୪ କୋଟି ଖର୍ଚ୍ଚ ହୋଇଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ୨୨,୭୬,୯୩୪ କୋଟି ଓ ବୈଦେଶିକ ମନ୍ତ୍ରୀଙ୍ଗ ଗସ୍ତରେ ୨୦,୮୭,୦୧,୪୭୫ କୋଟି ଖର୍ଚ୍ଚ ହୋଇଛି।”

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯ ଠାରୁ ଦେଶର ରାଷ୍ଟ୍ରପତି ୮ ଥର ବିଦେଶ ଯାତ୍ରା କରିଥିବା ବେଳେ ପ୍ରଧାନମନ୍ତ୍ରୀ ୨୧ ଥର ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ୮୬ ଥର ବିଦେଶ ଗସ୍ତ କରିଛନ୍ତି। ଏହି ସମୟ ଅବଧି ଭିତରେ ପ୍ରଧାନମନ୍ତ୍ରୀ ଜାପାନକୁ ୩ ଥର ଗସ୍ତ କରିଥିବା ବେଳେ ଆମେରିକା ଓ ୟୁନାଇଟେଡ୍ ଆରବ ଏମିରାଟ୍‌କୁ ଦୁଇଥର ଲେଖାଏ ଗସ୍ତ କରିଛନ୍ତି।।

ସେହିପରି ରାଷ୍ଟ୍ରପତିଙ୍କ ମୋଟ ୮ଟି ବିଦେଶ ଗସ୍ତ ଭିତରୁ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୭ଥର ବିଦେଶ ଗସ୍ତ କରିିଥିବା ବେଳେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଥରେ ମାତ୍ର ବିଦେଶ ଗସ୍ତ କରିଛନ୍ତି। ଶ୍ରୀମତି ମୁର୍ମୁ ଗତ ସେପ୍ଟେମ୍ବର ମାସରେ ବ୍ରିଟେନ ଗସ୍ତ କରିଥିଲେ ବୋଲି ଭି. ମୁରଲୀଧରନ ସୂଚନା ଦେଇଛନ୍ତି।

   Related Posts