scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖାଲିସ୍ତାନୀଙ୍କ ଉପରେ କାହିଁକି ନରମ କାନାଡା ସରକାର ? ପ୍ରଧାନମନ୍ତ୍ରୀ ଟ୍ରୁଡୋ ଦେଲେ ସଫେଇ

6/07/2023 at 8:09 PM

Justin Trudeau

ନୂଆଦିଲ୍ଲୀ, ୦୬/୦୭: କାନାଡାରେ ଲଗାତାର ଖାଲିସ୍ତାନୀ ଗତିବିଧି ବଢ଼ିବାରେ ଲାଗିଛି। ଭାରତ ବିରୋଧରେ ଅନେକ ସମୟରେ ରାଲି କରୁଛନ୍ତି ଖାଲିସ୍ତାନୀ। ଏଭଳି ଭାବରେ କାନାଡାରେ ବଢ଼ୁଥିବା ଖାଲିସ୍ତାନୀ କାର୍ଯ୍ୟକଳାପକୁ ନେଇ ଭାରତ ମଧ୍ୟ ଚିନ୍ତା ପ୍ରକଟ କରିଛି। ପ୍ରସଙ୍ଗରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ମଧ୍ୟ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି। ତେବେ ଲଗାତାର ହେଉଥିବା ଆଲୋଚନା ସମାଲୋଚନା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଫେଇ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ଦେଶ ସବୁବେଳେ ହିଂସାକୁ ଖୁବ୍ ଗୁରୁତ୍ବର ସହ ନେଇଆସୁଛି।

ଏକ ସାମ୍ବାଦିକ ସମ୍ମିଳନୀରେ, ଭୋଟ ବ୍ୟାଙ୍କ ଯୋଗୁଁ ଖାଲିସ୍ତାନୀ ଉପରେ ନରମ ମନୋଭାବ ପୋଷଣ କରୁଛନ୍ତି କି ? ପ୍ରଶ୍ନର ଉତ୍ତରରେ ଟ୍ରୁଡୋ କହିଛନ୍ତି ‘‘ଭୋଟ ବ୍ୟାଙ୍କ କଥା ଭୁଲ୍‌। କାନାଡା ସବୁବେଳେ ହିଂସା ଧମକକୁ ଖୁବ୍ ଗୁରୁତର ସହ ନେଇଛୁ। ଆମେ ଆତଙ୍କବାଦର ବିରୋଧରେ ସବୁବେଳେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ଏହା ମଧ୍ୟ ଜାରି ରହିବ।’’

ଆହୁରି ପଢ଼ନ୍ତୁ: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ପନ୍ନୁର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଆଶଙ୍କା, କିଛି ଦିନରୁ ଥିଲା ଅଣ୍ଡରଗ୍ରାଉଣ୍ଡ

ସେ ଆହୁରି କହିଛନ୍ତି ‘‘ଆମ ଦେଶ ଖୁବ୍ ବିବିଧତାପୂର୍ଣ୍ଣ ଏବଂ ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଆମ ପାଖରେ ଅଛି। କିନ୍ତୁ ଆମେ ସବୁବେଳେ ଏହା ସୁନିଶ୍ଚିତ କରିବୁ ଯେ, ଆମେ ହିଂସା ଏବଂ ଉଗ୍ରବାଦର ସବୁ ରୂପକୁ ମୁକାବିଲା କରିପାରିବୁ।’’ ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରେମ୍ପଟନରେ ହୋଇଥିବା ଏକ ରାଲିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ଦର୍ଶାଉଥିବା ଏକ ଝାକି ସହ ‘କିଲ୍ ଇଣ୍ଡିଆ’ ପୋଷ୍ଟର ଉପରେ ମଧ୍ୟ ପ୍ରଶ୍ନର ସଫେଇ ରଖିଛନ୍ତି।

ପ୍ରକୃତରେ ଗତ ମାସରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ, ‘‘ଲାଗୁଛି କାନାଡା ସରକାର ଭୋଟ୍‌ ବ୍ୟାଙ୍କର ରାଜନୀତିରୁ ପ୍ରେରିତ। ଯାହାଫଳରେ ଦ୍ବିପାକ୍ଷିକ ସମ୍ପର୍କ ଉପରେ ପ୍ରଭାବ ପଡ଼ିଛି। ସୂଚନାଥାଉକି ଗତ କିଛି ମାସ ହେବ କାନାଡାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ସହ ଜଡ଼ିତ ତିନିଟି ବଡ଼ ଭାରତ ବିରୋଧୀ ମାମଲା ସାମ୍ନାକୁ ଆସିଛି। ଯାହାକୁ ନେଇ କାନାଡାରେ ଭାରତର ବିଦେଶ ମନ୍ତ୍ରାଳୟ ଖାଲିସ୍ତାନୀ କାର୍ଯ୍ୟକଳାପକୁ ନେଇ ଏକ ମାମଲା ମଧ୍ୟ ରୁଜୁ କରିଛି। ସେପଟେ କାନାଡା ସରକାର ଭାରତକୁ ଆଶ୍ବାସନା ଦେଇଛନ୍ତି ଭାରତର ଅଧିକାରୀ କାନାଡାରେ ସୁରକ୍ଷିତ ଅଛନ୍ତି।  

ଆହୁରି ପଢ଼ନ୍ତୁ: ଖାଲିସ୍ତାନ ଆତଙ୍କୀ ପରମଜିତ୍ ସିଂକୁ ହତ୍ୟା, ଲାହୋରରେ ଗୁଳି କଲେ ଦୁର୍ବୃତ୍ତ

   Related Posts