ନିର୍ବାଚନ ପୂର୍ବରୁ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ ୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରବିବାର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପାଖାପାଖି ୮ ଘଣ୍ଟା ଧରି ଚାଲିଥିଲା। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ବୈଠକରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏଥିରେ ପ୍ରଧାମନ୍ତ୍ରୀ ସେମାନଙ୍କୁ ବାୟନବାଜୀରୁ ନିବୃତ୍ତ ରହିବାକୁ କହିଛନ୍ତି। ଯଦି ବି ଭାଷଣବାଜୀ କରୁଛନ୍ତି ଦେଖି ଚାହିଁ କରନ୍ତୁ ବେଶି କଥା କହନ୍ତୁ ନାହିଁ ଓ ଯାହା କହୁଛନ୍ତି ତାହା ବୁଝି ବିଚାରି କହନ୍ତୁ ବୋଲି କହିଛନ୍ତି।  

ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ‘ଡିପ୍ ଫେକ୍’କୁ ନେଇ ମଧ୍ୟ ସତର୍କ କରିଛନ୍ତି। ଯେଉଁଥିରେ ସେମାନଙ୍କ ଶ୍ୱର ବଦଳାଇ କଥାକୁ ନଥାରେ ପରିଣତ କରାଯାଇପାରେ ବୋଲି ମଧ୍ୟ ସତର୍କ କରିଛନ୍ତି। ପ୍ରଧାନମନ୍ତ୍ରୀ ବୈଠକରେ ପାଖାପାଖି ୧ ଘଣ୍ଟା ଭାଷଣ ଦେଇଥିଲେ ଓ କହିଥିଲେ ମୁଁ ରାଜ୍ୟସଭା ସାଂସଦମାନଙ୍କୁ ନିର୍ବାଚନ ଲଢିବାକୁ କହିଛି। ସେହିପରି ବିକଶିତ ଭାରତର ଝଲକ ଏହି ବଜେଟ୍‌ରେ ଯେପରି ଦେଖିବାକୁ ମିଳେ, ଯାହା ଏଥର ଜୁନରେ ପେସ୍ ହେବ।

ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ ଯଦି  ଲୋକଙ୍କୁ, ଗଣମାଧ୍ୟମକୁ କିଛି କହିବାକୁ ଚାହୁଁଛ ତେବେ ଯୋଜନା ସମ୍ପର୍କରେ କୁହ, ବିବାଦୀୟ ବୟାନରୁ ବର୍ତ୍ତିକି ରୁହ। ସେହିପରି ଆଗକୁ ନିର୍ବାଚନ ଯଦି କାହା ସହ ମିଳାମିଶା କରୁଥାନ୍ତି ତେବେ ଲୋକଙ୍କ ସହ ଦେଖି ଚାହିଁ ମିଳାମିଶା କର। ଅର୍ଥାତ ମିଳାମିଶା ମଧ୍ୟ ବୁଝି ବିଚାରି କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଓ ଏ ବାବଦେ ଶରଦ ପାୱାର ଓ ପ୍ରମୋଦ ମହାଜନଙ୍କ ଏକ ଉଦାହରଣ ମଧ୍ୟ ଦେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ ମାନଙ୍କୁ ଏଆଇର ବ୍ୟବହାର ଉପରେ ଜୋର ଦେବାକୁ କହିଛନ୍ତି। କାରଣ ୨୦୪୭ ବେଳକୁ ବିକାଶଶୀଳରୁ ଭାରତ ଯେପରି ବିକଶିତ ହୋଇଥିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଉଚ୍ଚ ପ୍ରାଥମିକତାର ବୈଠକ। ସେ ବୟସ ସମ୍ପର୍କିତ ଡେମୋଗ୍ରାଫିକ ଚେଞ୍ଜେସ୍ ସମ୍ପର୍କରେ ମଧ୍ୟ କହିଥିଲେ। ବୃଦ୍ଧି ହେଉଥିବା ବୟଷ୍କ ଜନସଂଖ୍ୟା ଏବଂ ଏହାର ଆହ୍ୱାନ ଉପରେ ପ୍ରଧାନମନ୍ତ୍ରୀ ବିକାଶ ମୂଳକ ଭାରତ ସେମିନାରକୁ ବିଭାଗୀୟ ଏଜେଣ୍ଡାରେ ଅନ୍ତର୍ଭୁକ୍ତ କରିବାକୁ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.