scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିୟମ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ; କଂଗ୍ରେସର ଏଭଳି ଅଭିଯୋଗଙ୍କୁ ନେଇ ମୋଦୀ କହିଲେ- ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆସିବାକୁ ମନା କରିଥିଲି

26/08/2023 at 6:45 PM

After reaching Bengaluru, PM Modi addressed supporters outside the airport

ବେଙ୍ଗାଲୁରୁ: ଅଗଷ୍ଟ ୨୩ ରେ ଚନ୍ଦ୍ରଯାନ-୩ ସଫଳତା ପରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିବାକୁ ଆଜି ସକାଳେ ବେଙ୍ଗାଲୁରୁରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ଆଶ୍ଚର୍ଯ୍ୟର କଥା ଯେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କିମ୍ବା ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କେହି ଆସି ନଥିଲେ। ଯାହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି। ମୋଦୀ ଜାଣିଶୁଣି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଆସିବାକୁ ମନା କରିଥିଲେ। ଏପରି କରି ମୋଦୀ ପ୍ରୋଟକଲ୍ ଭାଙ୍ଗିଛନ୍ତି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।

ରମେଶ କହିଛନ୍ତି “ ମୋଦୀଙ୍କ ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନତି କରନ୍ତୁ ସେ ଏଥିରେ ବିଚଳିତ ହେଉଥିଲେ। ଏଥିପାଇଁ ସେ ଜାଣିଶୁଣି ପ୍ରୋଟକଲ ବିରୋଧରେ ଯାଇ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ମନା କରିଥିଲେ। ଏହା କେବଳ ହୀନ ରାଜନୀତି ଛଡ଼ା ଆଉ କିଛି ନୁହେଁ।”

ପଢ଼ନ୍ତୁ-ବିଜେପି ସମୟରେ କର୍ଣ୍ଣାଟକରେ କୋଭିଡ୍ ପରିଚାଳନାରେ ତୃଟି ଅଭିଯୋଗ: ନ୍ୟାୟିକ ତଦନ୍ତ କରାଇବେ ସିଦ୍ଦରମେୟା ସରକାର!

୨୦୦୮ ରେ ଚନ୍ଦ୍ରଯାନ-୧ ସଫଳ ଉତ୍‌କ୍ଷେପଣ ପରେ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା କଥା  ଭୁଲିଯାଇଛନ୍ତି କି ବୋଲି ରେମେଶ ଟ୍ୱିଟ୍ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବେଙ୍ଗାଲୁରୁରେ ତାଙ୍କର ପହଞ୍ଚିବା ସମୟ ନିର୍ଦ୍ଧାରିତ ନଥିଲା। ତେଣୁ ସେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଏତେ ସକାଳୁ ସମସ୍ୟାରେ ନ ପଡ଼ିବାକୁ କହିଥିଲେ।। ଶନିବାର ହାଲ୍ ବିମାନବନ୍ଦରରେ ଏପରି କହିଛନ୍ତି ମୋଦୀ।  

ଅନ୍ୟପଟେ ଘଟଣାକୁ ନେଇ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ ସେ ଓ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିବା ପରେ ସେ ଏହାକୁ ସମ୍ମାନ ଜଣାଇ ରହିଗଲେ କାରଣ ସେ ଅଯଥା ରାଜନୀତି ଭିତରେ ପଶିବାକୁ ଚାହୁଁ ନଥିଲେ।

ସୂଚନା ଥାଉକି ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ବେଙ୍ଗାଲୁରୁରେ ପହଞ୍ଚି ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ପ୍ରଶଂସା କରିଥିଲେ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଘୋଷଣା କରିଛନ୍ତି ମୋଦୀ। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଓହ୍ଲାଇଥିବା ସ୍ଥାନକୁ ଶିବଶକ୍ତି ନାଁରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ ଇସ୍ରୋର ସଫଳତାକୁ ମନେ ପକାଇବାକୁ ଚନ୍ଦ୍ରାବତାରଣ ତାରିଖ(ଅଗଷ୍ଟ ୨୩)କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

   Related Posts