ମନ୍ତ୍ରିମଣ୍ଡଳରୁ ଅନେକ ମନ୍ତ୍ରୀଙ୍କୁ ବିଦା କଲେ ଋଷି ସୁନକ, ଡୋମିନିକ ରାବ ଡେପୁଟୀ ପିଏମ ନିଯୁକ୍ତ

Published By : Prameya-News7 Bureau | October 25, 2022 IST

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଯୁକ୍ତିର ଏକ ଘଣ୍ଟା ଭିତରେ ଆକ୍ସନକୁ ଆସିଛନ୍ତି । ସୂତ୍ର ଅନୁସାରେ, ସେ ନିଜ ମନ୍ତ୍ରିମଣ୍ଡଳ ଘୋଷଣା କରିବା ପୂର୍ବରୁ ଲିଜ୍ ଟ୍ରସଙ୍କ ମନ୍ତ୍ରୀଙ୍କୁ ଟିମକୁ ବାହାର କରିଛନ୍ତି । ଋଷି ସୁନକ ମଙ୍ଗଳବାର ବ୍ରିଟେନ କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ ଭେଟିଥିଲେ । ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ କିଙ୍ଗ ଚାର୍ଲ୍ସ ନିଯୁକ୍ତି ଦେଇଥିଲେ ।

ବର୍ତ୍ତମାନ ସୁଦ୍ଧା ଚାରି ମନ୍ତ୍ରୀଙ୍କୁ ପଦ ଛାଡ଼ିବାକୁ କୁହାଯାଇଛି । ସୂତ୍ର ଅନୁସାରେ, ଏଥିରେ ବାଣିଜ୍ୟ ସଚିବ ଜ୍ୟାକବ ରିସ-ମୋଗ, ଆଇନ ମନ୍ତ୍ରୀ ବ୍ରାଣ୍ଡନ ଲୁଇସ, କାର୍ଯ୍ୟ ଏବଂ ପେନସନ ସଚିବ କ୍ଲୋ ସ୍ମିଥ ଏବଂ ବିକାଶ ମନ୍ତ୍ରୀ ବକ୍କୀ ଫୋର୍ଡ ସାମିଲ ଅଛନ୍ତି । ଋଷି ସୁନକ ନିଜ ନୂଆ କ୍ୟାବିନେଟର ଘୋଷଣା କରିଛନ୍ତି ।

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ଟ୍ୱିଟରୁ ଟ୍ୱିଟ କରାଯାଇଛି ଯେ, ଜେରିମି ହଣ୍ଟ ଦେଶର ଅର୍ଥ ପଦରେ ରହି ସେବା ପ୍ରଦାନ ଜାରି ରଖିବେ । ଏହାସହ ଡୋମିନିକ ରାବଙ୍କୁ ଦେଶର ଉପପ୍ରଧାନମନ୍ତ୍ରୀ ଏବଂ ନ୍ୟାୟ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ଗତ ସପ୍ତାହରେ ସେ ସୁନକଙ୍କୁ ନିଜର ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ବୋରିସ ଜନସନଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁ ନଥିବା ସେ କହିଥିଲେ ।

wp:html /wp:html

ସାଇମନ ହାର୍ଟଙ୍କୁ ବେଣ୍ଡି ମାର୍ଟନଙ୍କ ସ୍ଥାନରେ ଋଷି ସୁନକଙ୍କ ମନ୍ତ୍ରିମଣ୍ଡଳରେ ନୂତନ ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି । ହାର୍ଟ ୨୦୧୦ ମସିହାରୁ କାର୍ମାର୍ଥନ ୱେଷ୍ଟ ଏବଂ ସାଉଥ୍ ପେମ୍ୱ୍ରୋକଶାୟରରୁ ସାଂସଦ ଅଛନ୍ତି ଏବଂ ସେ ୨୦୧୯ରୁ ୨୦୨୨ ଯାଏଁ ବୋରିସ ଜନସନଙ୍କ ଅଧିନରେ ୱେଲ୍ସ ରାଜ୍ୟର ସଚିବ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.