Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜି୨୦ ସମ୍ମିଳନୀ ପୂର୍ବରୁ ସୋସିଆଲ ମିଡିଆରେ କଭର ଫଟୋ ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ରହିଛି ସୁସଜ୍ଜିତ ଭାରତ ମଣ୍ଡପମ୍‌

8/09/2023 at 6:03 PM

ନୂଆଦିଲ୍ଲୀ: ଜି୨୦ ସମ୍ମିଳନୀୂ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏକ୍ସ (ପୂର୍ବରୁ ଟ୍ବିଟର)ରେ ନିଜର କଭର ଫଟୋ ବଦଳାଇଛନ୍ତି। ଏହା ସହ ଫେସବୁକ୍‌ରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏବେ କଭର ଫଟୋ ଭାରତ ମଣ୍ଡପମ୍ ରହିଛି। ଯେଉଁଠାରେ ଜି୨୦ ସମ୍ମିଳନୀ ଆୟୋଜିତ ହେଉଛି । ଏହି ଫଟୋରେ ସୁସଜ୍ଜିତ ଭାରତ ମଣ୍ଡପମ୍‌ ରହିଛି, ଏହା ସହ ନଟରାଜଙ୍କ ମୂର୍ତ୍ତି ମଧ୍ୟ ଖୁବ୍‌ ଶୋଭନୀୟ ରହିଛି। ପ୍ରଧାନମନ୍ତ୍ରୀ ନିଜର ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇଛନ୍ତି।

ଜି୨୦ ଆୟୋଜନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ ପ୍ରଥମ ଥର ଭାରତ ଏହି ସମାବେଶ ଆୟୋଜନ କରି ଖୁବ୍‌ ଖୁସି ଲାଗୁଛି। ଏହି ସମାବେଶ ବିକାଶର ମାର୍ଗ ରାସ୍ତା ପ୍ରଶସ୍ତ କରିବ। ସେପ୍ଟେମ୍ବର ୯ ଏବଂ ୧୦ରେ ଆୟୋଜିତ ହେବା ଜି ୨୦ ସମ୍ମିଳନୀ। ଏଥିରେ ବିଶ୍ବର ଅନେକ ବଡ଼ ବଡ଼ ନେତା ଦିଲ୍ଲୀ ପହଞ୍ଚୁଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ଦରବାର ପାଇଁ ଜୋରଦାର୍ ପ୍ରସ୍ତୁତି; ବିଶ୍ବ ଅତିଥିଙ୍କୁ ଖାଦ୍ୟ ପରସିବେ ୭ଶହ ସେଫ୍

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ପ୍ରମୁଖ ଜି୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି।

   Related Posts