AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ମୋଦି ସାରଙ୍କ କ୍ଲାସ୍ ‘ପରୀକ୍ଷା ପେ ଚର୍ଚ୍ଚା’ ଜାନୁୟାରୀ ୨୭ରେ, ପଞ୍ଜିକରଣ କଲେଣି ୩୮ ଲକ୍ଷ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ

4/01/2023 at 5:22 PM

ନୂଆଦିଲ୍ଲୀ ୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁୟାରୀ ୨୭ ତାରିଖରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହ କଥା ହେବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଷଷ୍ଠ ରାଷ୍ଟ୍ରୀୟ କଳା ଉତ୍ସବ ୨୦୨୨ ଉଦଘାଟନ ଅବସରରେ ପ୍ରଧାନ  ସର୍ବଶ୍ରେଷ୍ଠ ୩ଟି ସମୂହକୁ ଦିଲ୍ଲୀ ଯିବା ନିମନ୍ତେ ନିମନ୍ତ୍ରଣ ଦେଇଥିଲେ। ଏହି ସମୂହର ପିଲାମାନେ ଜାନୁୟାରୀ ୨୬ ତାରିଖ ଦିନ ରାଜପଥରେ ପରେଡ ଦେଖିବା ସହ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ବୋଲି ଶିକ୍ଷାମନ୍ତ୍ରୀ ପ୍ରଧାନ କହିଥିଲେ।

ପରୀକ୍ଷା ପେ ଚର୍ଚ୍ଚାର ଆୟୋଜନ ୨୭ ଜାନୁୟାରୀ ୨୦୨୩ରେ ନୂଆଦିଲ୍ଲୀ ତାଲକୋଟରା ଷ୍ଟାଡିୟମରେ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ୨୦୧୮ ମସିହାରେ ପ୍ରଥମ ଥର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଏହା ପରଠାରୁ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରିଆସୁଛନ୍ତି। ଏହି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହ ସିଧାଶଳଖ କଥା ହୋଇଥାନ୍ତି।

ଶିକ୍ଷାମନ୍ତ୍ରାଳୟ ବୟାନ ଅନୁସାରେ ଚଳିତବର୍ଷ ଏହି କାର୍ଯ୍ୟକ୍ରମ ଲାଗି ଏ ପର୍ଯ୍ୟନ୍ତ ସାରା ଦେଶରୁ ୩୮ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାକ ପଞ୍ଜିକରଣ କଲେଣି। ପଞ୍ଜିକାରଣକାରୀଙ୍କ ମଧ୍ୟରେ ୩୧ଲକ୍ଷ ୨୪ ହଜାର ଛାତ୍ରଛାତ୍ରୀ ଥିବା ବେଳେ ୫ଲକ୍ଷ ୬୦ ହଜାର ଶିକ୍ଷକ ଓ ୧ଲକ୍ଷ ୯୫ ହଜାର ଅଭିଭାବକ ରହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଲାଗି ‘ମାଇ ଗଭ’ରେ ରଚନାତ୍ମକ ଲେଖା ପ୍ରତିଯୋଗୀତା ମାଧ୍ୟମରେ ୨ହଜାର ୫୦ ଅଂଶଗ୍ରହଣକାରୀଙ୍କୁ ଚୟନ କରାଯିବ। ଯେଉଁମାନଙ୍କୁ ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ।

   Related Posts