ପାକିସ୍ତାନ ଆକାଶ ମାର୍ଗ ଦେଇ ଏସସିଓ ସମ୍ମିଳନୀକୁ ଯିବେନି ମୋଦି, ବଦଳିଲା ପ୍ରଧାନମନ୍ତ୍ରୀଙ୍କ ମାର୍ଗ

Published By : Prameya-News7 Bureau | June 12, 2019 IST

ନୂଆଦିଲ୍ଲୀ ୧୨।୬:   ଜୁନ ୧୩ ତାରିଖରେ କିର୍ଗିଜସ୍ତାନ ରାଜଧାନୀ ବିସ୍କେକ୍ ରେ ଅନୁଷ୍ଠିତ ହେବ ସାଂଘାଇ କୋ-ଅପରେସନ ଅର୍ଗାନାଇଜେସନ ଏସସିଓ ସମ୍ମିଳନୀ। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବେ। ତେବେ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯାତ୍ରାର ମାର୍ଗ ବଦଳା ଯାଇଛି । ପୂର୍ବରୁ ପାକିସ୍ତାନ ଆକାଶ ଉପର ଦେଇ ପ୍ରଧାନମନ୍ତ୍ରୀ କିର୍ଗିଜସ୍ତାନ ଗସ୍ତକରିବେ ବୋଲି ସ୍ଥିରିକୃତ ହୋଇଥିଲା। ହେଲେ ମୋଦି ପାକ୍ ଆକାଶ ସୀମା ଦେଇ ଏସସିଓ ସମ୍ମିଳନୀକୁ ଯାଉନାହାନ୍ତି।  ନିଷ୍ପତ୍ତି ଅନୁସାରେ ଭିଭିଆଇପିଙ୍କ ବିମାନ ଏବେ ଓମାନ, ଇରାନ ଓ ମଧ୍ୟଏସୀୟ ଦେଶ ଦେଇ ବିସ୍କେକ୍ ପହଞ୍ଚିବ।

{"id":122409,"width":581,"height":524}

ଜୁନ୧୩ ଓ ୧୪ ତାରିଖ ୨ ଦିନ ଧରି କିର୍ଗିଜସ୍ତାନର ବିସ୍କେକରେ ଏସସିଓ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଥିବାରୁ ପାରମ୍ପରିକ ମାର୍ଗରେ ବିସ୍କେକ୍ ଯିବେ ବୋଲି ସ୍ଥିରିକୃତ ହୋଇଥିଲା। ତେବେ ଭାରତର ୨୬ ଫେବୃଆରୀ ବାଲାକୋଟ ଆକ୍ରମଣ ପରଠାରୁ ପାକିସ୍ତାନ ତାର ଏରୋସ୍ପେସକୁ ଅନ୍ତର୍ଜାତୀୟ ଉଡାଣ ନିମନ୍ତେ ବନ୍ଦ ରଖିଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ପାକ୍ କୁ ଏରୋସ୍ପେସ ଖୋଲିବାକୁ ଅନୁରୋଧ କରାଯାଇଥିଲା। ଏଥିରେ ପାକିସ୍ତାନ ସହମତ ହୋଇଥିଲେ ହେଁ  ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ପାଇଁ ଦ୍ବିତୀୟ ବିକଳ୍ପକୁ ମନୋନୀତ କରିଛନ୍ତି।

{"id":122410}

ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ଉଭୟ ଦେଶ ମଧ୍ୟରେ ଥିବା ବିବାଦର ସ୍ଥାୟୀ ସମାଧାନ ସମ୍ଭବ ଓ ଆଲୋଚନା ମାଧ୍ୟମରେ ଆମେ ଏହା କରିପାରିବା ବୋଲି ଜଣାଇଥିଲେ। ହେଲେ ଦୁଇଟି ଶବ୍ଦରେ ଭାରତ ପାକ୍ କୁ ଜବାବ ଜଣାଇଦେଇଛି। କେବେ ଆତଙ୍କବାଦ ଓ ଆଲୋଚନା ସମ୍ଭବ ନୁହେଁ ବୋଲି ଜଣାଇଦେଇଛି ଭାରତ। ଏଣୁ ପ୍ରଧାନମନ୍ତ୍ରୀଙ୍କ ବିମାନର ମାର୍ଗ ପରିବର୍ତ୍ତନ ମଧ୍ୟ ଏହି ପତ୍ରର ଏକ ଜବାବ ହୋଇପାରେ ବୋଲି ଏବେ ଅନୁମାନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.