COP-୨୭ର ଥିମ୍ ହେବ 'LIFE', ପିଏମ ମୋଦୀଙ୍କ ଥିଲା ପ୍ରସ୍ତାବ

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଜଳବାୟୁ ସମ୍ମିଳନୀ COP-୨୭ର ଥିମ୍ 'ଲାଇଫ: ମାଇଫଷ୍ଟାଇଲ ଫର ଦ ଏନଭାଇନୋମେଣ୍ଟ' ରଖାଯିବ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି । COP-୨୭ ମିଶରର ଶର୍ମ-ଅଲ-ଶେଖରେ ଆୟୋଜିତ କରାଯିବ । ପିଏମ ମୋଦୀ ଗତ ବର୍ଷ ନଭେମ୍ୱର ମାସରେ ଗ୍ଲାସଗୋରେ ଆୟୋଜିତ କୋପ ୨୬ ସମ୍ମିଳନୀ ସମୟରେ ଲାଇଫର ପ୍ରସ୍ତାବ ଦେଇଥିଲେ ।

ପରିବେଶ ମନ୍ତ୍ରଣାଳୟ କହିଛି, ଲାଇଫ୍ ଏପରି ଏକ ଜୀବନଶୈଳୀ ଯାହା ଆମ ଗ୍ରହର ଅନୁରୂପ ହେବ ଏବଂ କ୍ଷତି ପହଞ୍ଚାଇବ ନାହିଁ । ଏପରି ଜୀନବଶୈଳୀରେ ବଞ୍ଚୁଥିବା ଲୋକଙ୍କୁ 'ପ୍ରୋ-ପ୍ଲାନେଟ୍ ପିପଲ' କୁହାଯାଉଛି ।  

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋପ ୨୬ ସମୟରେ ଲାଇଫ ଅଭିଯାନ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମିଳନୀରେ ପିଏମ ମୋଦୀ ଜଳବାୟୁ ପରିବର୍ତ୍ତନ ଆହ୍ୱାନକୁ ମୁକାବିଲା କରିବା ପାଇଁ ପାଞ୍ଚଟି ମନ୍ତ୍ର ମଧ୍ୟ ଦେଇଥିଲେ । ଚଳିତ ବର୍ଷ ଇଜଇପ୍ଟରେ ନଭେମ୍ବର ୬ରୁ ୧୮ ଯାଏଁ କୋପ ୨୭ର ଆୟୋଜନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.