ରିଷଭ ପନ୍ତଙ୍କ ଆରୋଗ୍ୟ ପାଇଁ କାମନା କଲେ ପ୍ରଧାନମନ୍ତ୍ରୀ, ଟ୍ୱିଟ୍ କରି କହିଲେ...

Published By : Prameya-News7 Bureau | December 30, 2022 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି । ଏକ ମର୍ମନ୍ତୁଦ ଦୁର୍ଘଟଣାରେ ରିଷଭ ପନ୍ତ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କର ଲଗଜରୀ କାର ଶୁକ୍ରବାର ସକାଳେ ଦିଲ୍ଲୀ-ଡେହରାଡୁ ରାଜମାର୍ଗରେ ଏକ ଡିଭାଇଡର ସହ ପିଟି ହେବା ପରେ ନିଆଁ ଲାଗିଯାଇଥିଲା । ୨୫ ବର୍ଷୀୟ ରିଷଭ ପନ୍ତଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଆଘତ ଲାଗିଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହଛି ।

ପିଏମ ମୋଦୀ ଟ୍ୱିଟ କରି କହିଛନ୍ତି, ଜଣା-ଶୁଣା କ୍ରିକେଟର ରିଷଭ ପନ୍ତଙ୍କ ସହ ହୋଇଥିବା ଦୁର୍ଘଟଣାରେ ବ୍ୟଥିତ । ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।

wp:html /wp:html

ଦିଲ୍ଲୀରୁ ନିଜ ଘର ରୁଡକୀ ଯିବା ସମୟରେ ରିଷଭ ପନ୍ତଙ୍କ ମର୍ସିଡିଜ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସକାଳ ପ୍ରାୟ ସାଢେ ୫ଟାରେ କାର ଅନିୟନ୍ତ୍ରିତ ହୋଇ ଡିଭାଇଡର ସହ ଧକ୍କା ହୋଇଥିଲା ।  ଦୁର୍ଘଟଣା ପରେ କାରରେ ନିଆ ଲାଗିଯାଇଥିଲା । ତେବେ ଏହା ପୂର୍ବରୁ ସେ କାରରୁ ବାହାରି ଆସିଥିଲେ, ପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.