suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆସନ୍ତା ୨୬ରେ କଟକ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

23/05/2018 at 10:31 AM

ଆସନ୍ତା ୨୬ରେ କଟକ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଚାଲିଛି ପ୍ରସ୍ତୁତି । ମୋଦିଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସଭାସ୍ଥଳ ବୁଲି ଦେଖିଛନ୍ତି । କାର୍ଯ୍ୟକ୍ରମ ସଫଳତା ନେଇ ଦଳର ବରିଷ୍ଠ ନେତା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଜୁଏଲ ଓରାମ । ଏଥି ସହ ଆଜି ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ହେଲିପ୍ୟାଡ୍ ଓ ସଭାସ୍ଥଳ ବୁଲି ଦେଖିଛନ୍ତି । SPG ସହ କଟକ ଡିସିପି ମଧ୍ୟ ଉପସ୍ଥିତ ଥିଲେ । ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ବାଲିଯାତ୍ରା ପଡିଆରୁ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ସରକାରଙ୍କ ଠାରୁ ଓଡ଼ିଶା କଣ ପାଇଛି ଏବଂ ଦେଶ ୪ବର୍ଷରେ କେଉଁଠି ପହଞ୍ଚିଛି, ତାର ଟିକନିଖି ହିସାବ ଲୋକଙ୍କ ପାଖରେ ରଖିବେ ମୋଦି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ବିନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏୟାରପୋର୍ଟଠାରୁ କଟକ ପର୍ଯ୍ୟନ୍ତ ୧୦୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏଥି ସହ ୨ ଜଣ ଡିସିପି ସ୍ବତନ୍ତ୍ର ଦାୟିତ୍ବରେ ରହିବେ । ନିଜେ ପୋଲିସ କମିଶନର ସବୁ ଘଟଣାର ତଦାରଖ କରିବେ । କଂଗ୍ରେସର ବିରୋଧ ଓ ବିଜେଡିର ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ପୋଲିସ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି ।

Leave a Reply

   Related Posts