ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୧ରୁ ୨୪ ଯାଏ ଆମେରିକା ଗସ୍ତରେ ରହିବେ । ତେବେ ଏହି ଗସ୍ତକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ପିଏମଓ ସୂତ୍ରରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୨ରେ ୱାଶିଂଟନରେ ଆମେରିକା କଂଗ୍ରେସର ମିଳିତ ବୈଠକୁ ସମ୍ୱୋଧନ କରିବେ । ଆମେରିକା ପ୍ରତିନିଧି ସଭାର ଅଧିକ କେଭିନ ମେକାର୍ଥୀ ମଧ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
wp:html/wp:htmlIt is my honor to invite @PMOIndia@narendramodi to address a Joint Meeting of Congress on Thursday, June 22nd.
— Kevin McCarthy (@SpeakerMcCarthy) June 2, 2023
This will be an opportunity to celebrate the enduring friendship between the United States and India and speak to the global challenges our countries both face. pic.twitter.com/gu68UjJltG
ସେ କହିଛନ୍ତି ଯେ ଏହା ମୋ ପାଇଁ ସମ୍ମାନର ବିଷୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୨ରେ ଆମେରିକୀୟ ସଂସଦର ମିଳିତ ବୈଠକକୁ ସମ୍ୱୋଧିତ କରିବେ । ଏହା ଆମ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ଉତ୍ସବ ପାଳନର ଅବସର ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହ ଗସ୍ତରେ ଦୁଇ ଦେଶ ମଧ୍ୟରେ ବୈଶ୍ୱିକ ଆହ୍ୱାନ ଉପରେ ଆଲୋଚନା ହୋଇପାରେ ।
READ ALSO: କୁନୋ ନ୍ୟାସନାଲ ପାର୍କରୁ ବାହାରକୁ ଚାଲି ଗଲା ଚିତା ଆଶା, ବନ ବିଭାଗ କର୍ମଚାରୀଙ୍କ ବଢିଲା ଚିନ୍ତା