ଅଯୋଧ୍ୟା ରାୟ ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ୍, ଜାଣନ୍ତୁ କ'ଣ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ ୮।୧୧: ଶନିବାର ନଭେମ୍ବର ୯ ତାରିଖରେ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଏଥିଲାଗି ସାରା ଦେଶରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ରେ ବାର୍ତ୍ତା ଜାରୀ କରିଛନ୍ତି। ଭାରତରେ ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ସବୁଠାରୁ ଦୀର୍ଘ ଆଇନଗତ ବିବାଦ ଭାବେ ବିବେଚିତ ହେଉଛି। ଏଥିରେ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ କୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ତେବେ ଆସନ୍ତୁ ଜାଣିବା କ'ଣ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ।

wp:html /wp:html

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ ରେ ଶନିବାର ଅର୍ଥାତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ରାମଜନ୍ମଭୂମି-ବାବ୍ରି ମଜସିଦ୍ ମାମଲାର ରାୟ ପ୍ରକାଶ କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏଥିଲାଗି ଗତ କିଛିମାସ ହେଲା ସୁପ୍ରିମକୋର୍ଟ ମାମଲାର ନିୟମିତ ଶୁଣାଣି କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ବେଳେ ଏହାକୁ ସାରା ଦେଶ ଉତ୍ସୁକତାର ସହ ଦେଖୁଥିଲା। ଏଥିଲାଗି ସଦଭାବନାର ବାତାବରଣ କାୟମ ରଖିବା ନିମନ୍ତେ ସମାଜର ସବୁ ବର୍ଗରେ ହୋଇଥିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ ବାର୍ତ୍ତାରେ ଉଲ୍ଲେଖନୀୟ କହିଛନ୍ତି।

wp:html /wp:html

କେବଳ ସେତିକି ନୁହେଁ ଦେଶର ନ୍ୟାୟପାଳିକାକୁ ସମ୍ମାନ ଜଣାଇ ସମାଜର ସମସ୍ତ ପକ୍ଷ, ସାଂସ୍କୃତିକ ସଙ୍ଗଠନ ଓ ସମସ୍ତ ପକ୍ଷଧରମାନେ ସକରାତ୍ମକ ପରିବେଶ ସୃଷ୍ଟି ଲାଗି ଯେଉଁପ୍ରକାର ଉଦ୍ୟମ କରିଛନ୍ତି ତାହା ବାସ୍ତବିକ୍ ସ୍ୱାଗତଯୋଗ୍ୟ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ତେବେ କୋର୍ଟଙ୍କ ରାୟ ପ୍ରକାଶ ପରେବି ଏହି ଶାନ୍ତି ଓ ସୌହାର୍ଦ୍ଦ୍ୟ ଆମେ କାୟମ ରଖିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

wp:html /wp:html

ସେହିପରି ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯାହା ବି ରାୟ ଦେବେ ତାହା କାହାର ହାର ଅଥବା ଜିତ୍ ବିବେଚନା କରାଯିବନି। ତେବେ ଦେଶବାସୀଙ୍କୁ ମୋର ନିବେଦନ କୋର୍ଟଙ୍କ ରାୟ ପରେ ଆମ ସମସ୍ତଙ୍କର ଏହା ପ୍ରାଥମିକତା ହେବା ଉଚିତ୍ ଯେପରି ଦେଶର ଶାନ୍ତି, ଏକତା ଓ ସଦଭାବନାକୁ ଆହୁରି ମଜଭୁତ ହୁଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.