ସେମିଫାଇନାଲରେ ସୋଚନୀୟ ପରାଜୟନେଇ ମୋଦି ଦେଲେ ଏମିତି ଟିପ୍ପଣୀ…
10/07/2019 at 8:55 PM

ନୂଆଦିଲ୍ଲୀ: ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ରେ ଭାରତକୁ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ ଆଇସିସି ୱାର୍ଲଡ କପ୍ ଫାଇନାଲକୁ ପ୍ରବେଶ କରିଛି। ସେପଟେ ଏହି ପରାଜୟ ସହ ବୁଧବାର ଭାରତର ବିଶ୍ୱକପ୍ ଯାତ୍ରାରେ ଯବନିକା ପଡିଛି । ସେମି ଫାଇନାଲରେ ଭାରତକୁ୧୮ ରନରେ ପରାସ୍ତକରିଛି ନ୍ୟୁଜିଲ୍ୟାଣ୍ଡ। ତେବେ ଟିମ୍ ଇଣ୍ଡିଆ ମ୍ୟାଚ୍ ହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ କିଛି ଏମିତି ରହିଛି।

A disappointing result, but good to see #TeamIndia’s fighting spirit till the very end.
— Narendra Modi (@narendramodi) July 10, 2019
India batted, bowled, fielded well throughout the tournament, of which we are very proud.
Wins and losses are a part of life. Best wishes to the team for their future endeavours. #INDvsNZ
ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ହାର ଜିତ୍ ଜୀବନର ଅଂଶ, ତେବେ ଭାରତୀୟ ଟିମ୍ କୁ ଆଗାମୀ ପ୍ରୟାଶ ନିମନ୍ତେ ଶୁଭକାମନା ଜଣାଉଛି ବୋଲି ମୋଦି ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି। ସେହିପରି ମ୍ୟାଚ୍ ର ପରିଣାମ ନିରାଶାଜନକ ଥିଲା, ହେଲେ ଶେଷ ପର୍ଯ୍ୟନ୍ତ ବିଜୟ ପାଇଁ ଟିମ୍ ର ସଂଘର୍ଷ ବାସ୍ତବିକ୍ ଉଲ୍ଲେଖନୀୟ ବୋଲି ମୋଦି ଉଲ୍ଲେଖ କରିଛନ୍ତି। ପୁରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ ର ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା ବୋଲି କହିଛନ୍ତି ମୋଦି ।

ଓଲ୍ଡଟ୍ରେଫର୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ ମଙ୍ଗଳବାର ବର୍ଷା ଯୋଗୁ ଅଧାରେ ରହିଥିଲା। ଏଣୁ ବୁଧବାର ଦ୍ୱିତୀୟ ଦିନ ପୁଣି ଖେଳ ସେହିଠାରୁ ଆରମ୍ଭ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ୨୪୦ ରନର ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଥିଲା। ତେବେ ସଂଘର୍ଷପୂର୍ଣ୍ଣ ଖେଳି ମଧ୍ୟ ଟିମ୍ ଇଣ୍ଡିଆ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ କରିଥିଲା ୨୨୧ ରନ୍। ଭାରତ ପାଇଁ ରବୀନ୍ଦ୍ର ଜାଡେଜା ୫୯ ବଲରେ ୭୭ ରନର ଅଭୂତ ପୂର୍ବ ଇନିଂସ ଖେଳିଥିଲେ। ତେବେ ୫୦ ରନ କରିବା ପାଇଁ ଧୋନୀ ୭୨ଟି ବଲ ଖେଳିଥିଲେ। ତେବେ ଟିମ୍ କୁ ଧୋନୀ ବେଶ୍ ମଜଭୁତୀ ଦେଇଥିଲେ।