ପିଏମ ମୋଦୀ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା, ମର୍ଣ୍ଣିଂ କନସଲ୍ଟର ସର୍ଭେରେ ୨୨ ଦେଶର ନେତାଙ୍କୁ ପକାଇଲେ ପଛରେ
3/02/2023 at 9:52 PM

ନୂଆଦିଲ୍ଲୀ: ଲୋକପ୍ରିୟ ବିଶ୍ୱ ନେତାଙ୍କ ସଦ୍ୟତମ ସୂଚୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଅନ୍ୟ ସବୁ ନେତାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବିଜନେସ ଇଣ୍ଟେଲିଜେନ୍ସି କମ୍ପାନି ମର୍ଣ୍ଣିଂ କନସଲ୍ଟର ସଦ୍ୟତମ ସର୍ଭେ ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ଅନୁସାରେ, ୨୨ ଦେଶର ନେତାଙ୍କୁ ପଛରେ ପକାଇ ପିଏମ୍ ମୋଦୀ ସବୁଠୁ ଲୋକପ୍ରିୟ ବିଶ୍ୱ ନେତା ହୋଇଛନ୍ତି । ପିଏମ ମୋଦୀ ୭୮ ପ୍ରତିଶତ ସହ ସର୍ଭେରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।
ସର୍ଭେର ସୂଚୀରେ ପିଏମ ମୋଦୀ ୭୮ ପ୍ରତିଶତ ଲୋକପ୍ରିୟତା ସହ ଶୀର୍ଷରେ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ୬୮ ପ୍ରତିଶତ ରେଟିଂ ସହ ମେସ୍କିକୋର ରାଷ୍ଟ୍ରପତି ଲୋପେଜ ଓବ୍ରେଡୋ ଅଛନ୍ତି । ଲୋକପ୍ରିୟତା ଲିଷ୍ଟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନୀଜ ୫୮ ପ୍ରତିଶତ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ।
ଇଟାଲୀର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ଲୋକପ୍ରିୟତାର ସୂଚୀରେ ୫୨ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ଅଛନ୍ତି । ଅନ୍ୟପଟେ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି ସିଲଭାଙ୍କୁ ୫୦ ପ୍ରତିଶତ ରେଟିଂ ମିଳିଛି ଏବଂ ସେ ଏହି ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ସୂଚୀରେ ୪୦ ପ୍ରତିଶତ ରେଟିଂ ସହ ଷଷ୍ଠ ଏବଂ ସପ୍ତମ ସ୍ଥାନରେ ଅଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ୩୦ ପ୍ରତିଶତ ରେଟିଂ ମିଳିଛି ଏବଂ ସେ ସୂଚୀରେ ୧୬ତମ ସ୍ଥାନରେ ଅଛନ୍ତି । ୧୭ତମ ସ୍ଥାନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଅଛନ୍ତି ଏବଂ ତାଙ୍କୁ ୨୯ ପ୍ରତିଶତ ରେଟିଂ ମିଳିଛି ।
Global Leader Approval: *Among all adults
— Morning Consult (@MorningConsult) February 2, 2023
Modi: 78%
López Obrador: 68%
Albanese: 58%
Meloni: 52%
Lula da Silva: 50%
Biden: 40%
Trudeau: 40%
Sánchez: 36%
Scholz: 32%
Sunak: 30%
Macron: 29%
Yoon: 23%
Kishida: 21%
*Updated 01/31/23https://t.co/Z31xNcDhTg pic.twitter.com/rxahbUCB0x
ମର୍ଣ୍ଣିଂ କନସଲ୍ଟର ସୂଚୀରେ ୨୨ ଦେଶର ଶୀର୍ଷ ନେତାଙ୍କୁ ସାମିଲ କରାଯାଇଥିଲା । ମର୍ଣ୍ଣିଂ କନସଲ୍ଟ ଅନୁସାରେ, ଲୋକପ୍ରିୟତାର ଏହି ଡାଟା ସେହି ଦଶର ବୟସ୍କଙ୍କୁ ସାତ ଦିନ ଧରି କରାଯାଇଥିବା ସର୍ଭେ ଆଧାରରେ କରାଯାଇଛି ।