LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏକ୍ସପ୍ରେସଓ୍ବେ ଗାଉଛି ବିକାଶର ଗାଥା,ଖୋଲିବ ସୋହାନା-ଦୌସା ରାଜପଥ, ଦିଲ୍ଲୀରୁ ଜୟପୁର ୨ ଘଣ୍ଟା…

12/02/2023 at 9:17 AM

ନୂଆଦିଲ୍ଲୀ ୧୨।୦୨ : ବିଶ୍ୱ ଦେଖିବ ଭାରତର ଗୌରବ । ଆରମ୍ଭ ହେବ ପ୍ରଗତିର ଏକ୍ସପ୍ରେସୱେ । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା କେବଳ ଭାରତର ନୁହେଁ ବିଶ୍ବର ଦୀର୍ଘତମ ଏକ୍ସପ୍ରେସୱେ ହେବ । ଏହି ଏକ୍ସପ୍ରେସୱେ ୬ଟି ରାଜ୍ୟ ଦେଇ ଗତି କରିବ । ଏହା ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଦେଇଯିବ । ଏସିଆର ଏହା ହେଉଛି ପ୍ରଥମ ରାଜପଥ, ଯେଉଁଥିରେ ବନ୍ୟଜନ୍ତୁମାନଙ୍କ ପାଇଁ ଗ୍ରୀନ୍ ଓଭରପାସ୍ ସୁବିଧା ମଧ୍ୟ ରହିଛି ।  

ଏହାର ମୋଟ ଲମ୍ବ ପ୍ରାୟ ୧୩୯୦ କିଲୋମିଟର ରହିଥିବା ବେଳେ ଏହା ଜର୍ମାନ ଟେକ୍ନୋଲୋଜି ସହିତ ନିର୍ମାଣ କରାଯାଉଛି । ଏହି ଏକ୍ସପ୍ରେସୱେରେ ଆଗାମୀ ୫୦ ବର୍ଷ ମଧ୍ୟରେ କୌଣସି ପ୍ରକାରର ମରାମତି ହେବନାହିଁ ।  ଏଥିରେ ସମୁଦାୟ ୧୨ ଲକ୍ଷ ଟନ୍ ଇସ୍ପାତ ବ୍ୟବହାର କରାଯାଉଛି, ଯାହା ପ୍ରାୟ ୫୦ ହାଓ୍ବାଡା ବ୍ରିଜ୍ ସହିତ ସମାନ ।  ଏହି ପ୍ରକଳ୍ପରେ ୩୫ କୋଟି ଘନ ମିଟର ମାଟି ଏବଂ ପ୍ରାୟ ୮୦ ଲକ୍ଷ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଛି । ଦେଶର ପ୍ରଥମ ବୈଦ୍ୟୁତିକ ରାଜପଥ ମଧ୍ୟ ନିର୍ମାଣ ହୋଇଛି ଏହା ଉପରେ । ଏଥିରେ ଗାଡିଗୁଡିକ ଚଳାଚଳ କରିବା ସମୟରେ ରିଚାର୍ଜ ହେବ । ବର୍ତ୍ତମାନ ଏହି ଏକ୍ସପ୍ରେସୱେ ଆଠଟି ଲେନ ରହିଛି କିନ୍ତୁ ଭବିଷ୍ୟତରେ ଏହାକୁ ୧୨ ଲେନ ଯାଇଁ ବୃଦ୍ଧି କରାଯାଇପାରିବ ।  ତେବେ ଏହି ଏକ୍ସପ୍ରେସୱେରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଗାଡି ଗୁଡିକ ଗତି କରିବ ।  ତେବେ କଣ ରହିଛି ଏହି ଏକ୍ସପ୍ରେସୱେ ବିଶେଷତ୍ବ, କାହିଁକି ସମଗ୍ର ବିଶ୍ୱରେ କରାଯାଉଛି ଏହାର ଆଲୋଚନା ? ଆସନ୍ତୁ ଜାଣିବା ।

ଏହି ଏକ୍ସପ୍ରେସ୍ଓ୍ବେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏହା ନିର୍ମାଣ ହେବା ପରେ ଦିଲ୍ଲୀ ଏବଂ ଜୟପୁର ଯାତ୍ରା ମାତ୍ର ଦୁଇ ଘଣ୍ଟା ହେବ । ତେବେ ସୋହନା-ଦୌସା ଷ୍ଟ୍ରେଚ୍ ଡିସେମ୍ବର ୨୦୨୧ ସୁଦ୍ଧା ଶେଷ ହେବ । କିନ୍ତୁ କରୋନା ମହାମାରୀ ହେତୁ ଏହାର କାର୍ଯ୍ୟରେ ଲାଗିଥିଲା ବ୍ରେକ୍ । NHAI ଏହି ସମଗ୍ର ଷ୍ଟ୍ରେଚରେ ପ୍ରାୟ ୧.୫ ଲକ୍ଷ ଚାରା ରୋପଣ କରିଛି । ସମଗ୍ର ଷ୍ଟ୍ରେଚ୍ ରହିଛି ସିସିଟିଭି ନଜରରେ, ଯାହା ମାଧ୍ୟମରେ କୌଣସି ପ୍ରକାରର ଦୁର୍ଘଟଣା ଏବଂ ଟ୍ରାଫିକ୍ ଉଲ୍ଲଂଘନ ଉପରେ ରଖାଯିବ କଡା ନଜର । ଏହି ଏକ୍ସପ୍ରେସୱେରେ ଗାଡି ଗୁଡିକ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଚାଲିବ । କିନ୍ତୁ ଯାନ୍ତ୍ରିକ ତ୍ରୁଟି ବିନା ଆପଣ ଗାଡିକୁ ଯେକୌଣସି ସ୍ଥାନରେ ଅଟକାଇ ପାରିବେ ନାହିଁ । ଯଦି ଏପରି କରନ୍ତି ତେବେ ଆପଣଙ୍କର କଟିଯିବ ଚାଲଣ । କେବଳ ରେଷ୍ଟ ଏରିଆରେ ହିଁ ରଖିପାରିବେ ଗାଡି । ଏଥିରେ ରହିବ ୯୩ଟି ବିଶ୍ରାମ କ୍ଷେତ୍ର । ଏକ୍ସପ୍ରେସ୍ଓ୍ବେର ପ୍ରତି ୫୦ କିଲୋମିଟରରେ ରହିବ ଏକ ବିଶ୍ରାମ କ୍ଷେତ୍ର ।

ଏଥିସହିତ ପେଟ୍ରୋଲ ପମ୍ପ, ରେଷ୍ଟୁରାଣ୍ଟ ଦୋକାନ ଏବଂ ପିଲାମାନଙ୍କ ପାଇଁ ପାର୍କ ମଧ୍ୟ ରହିବ । ଅନ୍ୟପଟେ ଏକ୍ସପ୍ରେସ୍ଓ୍ବେରେ ଓଭରସ୍ପିଡ୍ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ସ୍ପିଡ୍ ଗଭର୍ନର ଲଗାଯାଇଛି । ଯଦି କେହି ସ୍ପିଡରେ ଗାଡି ଚଳାନ୍ତି, ତେବେ ତାଙ୍କର ଅନଲାଇନର କଟିଯିବ ଚାଲଣ । ଏହି ଏକ୍ସପ୍ରେସୱେରେ ହେଲିପ୍ୟାଡ୍ ନିର୍ମାଣର ଯୋଜନା ମଧ୍ୟ ରହିଛି । ଜରୁରୀକାଳୀନ ପରିସ୍ଥିତିରେ ଯୁଦ୍ଧ ବିମାନ ମଧ୍ୟ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଅବତରଣ କରିପାରିବ। ଏହି ରାସ୍ତାକୁ ଏକ ସଡକ ରନୱେ ଭାବରେ ମଧ୍ୟ ବିକଶିତ କରାଯାଉଛି ।

   Related Posts