ଚୀନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବ- ଭ୍ରମରେ ରୁହନ୍ତୁ ନାହିଁ, ଉସୁକାଇଲେ ମିଳିବ ଦୃଢ ଜବାବ, ଦେଶର ଅଖଣ୍ଡତା ସହ ସାଲିସ୍ କରି ପାରିବୁ ନାହିଁ

Published By : Prameya-News7 Bureau | June 17, 2020 IST

ନୂଆଦିଲ୍ଲୀ ୧୭।୦୬: ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଭାରତୀୟ ସୈନିକ ସହିତ ଚୀନ ସୈନିକଙ୍କ ରକ୍ତାକ୍ତ ସଂଘର୍ଷରେ ସହିଦ ଭାରତୀୟ ଯବାନକୁ ନେଇ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇଛନ୍ତି। ମୋଦୀ କହିଛନ୍ତି ଯେଉଁ ଯବାନ ସହିଦ ହୋଇଛନ୍ତି, ସେମାନଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ। ଆମେ ଆମ ଯବାନଙ୍କ ଉପରେ ଗର୍ବ କରିବା ଉଚିତ୍। ସେମାନେ ଶତ୍ରୁକୁ ମାରୁ ମାରୁ ନିଜ ସହିଦ ହୋଇ ଯାଇଛନ୍ତି।

କରୋନା ଭାଇରସ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକରେ ପ୍ରଧାନମନ୍ତ୍ରୀ ସର୍ବ ପ୍ରଥମେ ଲଦାଖରେ ଭାରତ-ଚୀନ ବିବାଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଶାନ୍ତି ଚାହୁଁଛି ମାତ୍ର କେହି ଉସୁକାଇଲେ ଉଚିତ୍ ଜବାବ ଦେବା ମଧ୍ୟ ଜାଣିଛି।

wp:core-embed/twitter {"url":"https://twitter.com/ANI/status/1273189250750537729?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1273189250750537729\u0026ref_url=https%3A%2F%2Fwww.livehindustan.com%2Fnational%2Fstory-pm-narendra-modi-statement-martyr-at-india-china-border-lac-sacrifice-of-our-jawans-will-not-be-in-vain-3286895.html","type":"rich","providerNameSlug":"twitter","className":""}
https://twitter.com/ANI/status/1273189250750537729?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1273189250750537729&ref_url=https%3A%2F%2Fwww.livehindustan.com%2Fnational%2Fstory-pm-narendra-modi-statement-martyr-at-india-china-border-lac-sacrifice-of-our-jawans-will-not-be-in-vain-3286895.html
/wp:core-embed/twitter

ମୋଦୀ କହିଛନ୍ତି, ମୁଁ ସହିଦଙ୍କ ପ୍ରତି ସମବେଦନା ବ୍ୟକ୍ତ କରୁଛି। ଯବାନ ଓ ସେମାନଙ୍କ ପରିବାରକୁ ଭରସା ଦେଉଛି ଯେ, ଦେଶ ଆପଣଙ୍କ ସହିତ ରହିଛି, ପରିସ୍ଥିତି ଯାହା ବି ହେଉ ପଛରେ ଦେଶ ଆପଣଙ୍କ ସହିତ ରହିଛି। ଭାରତ ନିଜର ସ୍ଵାଭିମାନ ଓ ଏକ ଏକ ଇଞ୍ଚର ଜମିର ରକ୍ଷା କରିବାକୁ ପ୍ରସ୍ତୁତ।

ଚୁପ୍‌  ହୋଇ ବସିବୁ ନାହିଁ

ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଶାନ୍ତିପୂର୍ଣ୍ଣ ଦେଶ। ଇତିହାସ ଏହାର ସାକ୍ଷୀ ଯେ, ଆମେ ବିଶ୍ଵରେ ଶାନ୍ତିର ପ୍ରସାର କରିଛୁ। ପଡୋଶୀଙ୍କ ସହିତ ବନ୍ଧୁତ୍ଵ ସ୍ଥାପନ ଦିଗରେ କାମ କରିଛୁ। ମତଭେଦ୍ ହୋଇଛି ମାତ୍ର ଏହାକୁ ବିବାଦୀୟ ହେବାକୁ ଦେଇନୁ। ଆମେ କେବେ କାହାକୁ ଉସୁକାଉ ନାହିଁ ମାତ୍ର ନିଜ ଦେଶର ଅଖଣ୍ଡତା ସହିତ ସାଲିସ୍ ମଧ୍ୟ କରି ପାରିବୁ ନାହିଁ। ଆମର ଅଖଣ୍ଡତା ଉପରେ ପ୍ରହାର କଲେ ଆମେ ଚୁପ୍‌  ହୋଇ ବସି ପାରିବୁ ନାହିଁ।

wp:core-embed/twitter {"url":"https://twitter.com/ANI/status/1273189727705853952?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fpm-narendra-modi-on-india-china-clash-india-wants-peace-but-it-is-capable-to-give-a-befitting-reply-in-meeting-with-chief-minister-over-coronavirus-in-india%2Farticleshow%2F76422618.cms","type":"rich","providerNameSlug":"twitter","className":""}
https://twitter.com/ANI/status/1273189727705853952?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fpm-narendra-modi-on-india-china-clash-india-wants-peace-but-it-is-capable-to-give-a-befitting-reply-in-meeting-with-chief-minister-over-coronavirus-in-india%2Farticleshow%2F76422618.cms
/wp:core-embed/twitter

ବଳିଦାନ ବ୍ୟର୍ଥ ଯିବ ନାହିଁ

ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ଦେଶକୁ ଭରସା ଦେଉଛି ଯେ, ଯବାନଙ୍କ  ବଳିଦାନ ବ୍ୟର୍ଥ ଯିବ ନାହିଁ। ଭାରତର ଅଖଣ୍ଡତା, ସାର୍ବଭୌମତାର ରକ୍ଷା କରିବାରେ ଆମକୁ କେହି ରୋକି ପାରିବେ ନାହିଁ। କେହି ଏହି ଭ୍ରମରେ ରହିବା ଉଚିତ୍ ନୁହେଁ ଯେ, ଭାରତ ଶାନ୍ତି ଚାହେଁ ମାତ୍ର ଉସୁକାଇଲେ ଉଚିତ୍ ଦେବାକୁ ପଛକୁ ହଟିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ଲଦାଖରେ ସହିଦ ବୀର ଯବାନଙ୍କୁ ସ୍ମରଣ କରି କହିଛନ୍ତି, ଦେଶ ଗର୍ବିତ ଯେ, ଆମର ସୈନିକ ଶତ୍ରୁକୁ ମାରି ମାରି ନିଜେ ସହିଦ ହୋଇଗଲେ। ନିଜର ବିବୃତ୍ତି ସମାପ୍ତ କରି ସେ ସହିଦ ସୈନିକଙ୍କକୁ ଶ୍ରଦ୍ଧାଞ୍ଜଳୀ ଦେଇ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା ମଧ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ସୈନିକ ଓ ଚୀନ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ ଯବାନ ନିହତ ହୋଇଛନ୍ତି। କିନ୍ତୁ ଚୀନ ପକ୍ଷରୁ ନିଜର ଯବାନଙ୍କ ମୃତାହତ ନେଇ କୌଣସି ଅଧିକାରୀସ୍ତରୀୟ ସୂଚନା ମିଳିନାହିଁ। ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଚୀନ ଏହି ଘଟଣା ପାଇଁ ଭାରତକୁ ଦୋଷ ଦେଉଥିବା ବେଳେ ଭାରତ କହିଛି ଯେ, ଚୀନ ସୀମାରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ଏହାକୁ ବିରୋଧ କରିବାରୁ ସେନା ଉପରେ ଆକ୍ରମଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.