ରାଷ୍ଟ୍ର ନାମରେ ପ୍ରଧାନମନ୍ତ୍ରୀଙ୍କ ସମ୍ଵୋଧନ କହିଲେ- ଲକ୍‌ଡାଉନ୍‌ ସରିଛି, କିନ୍ତୁ ଭୁଲନ୍ତୁ ନାହିଁ କରୋନା ଏବେ ବି ଯାଇନି

Published By : Prameya-News7 Bureau | October 20, 2020 IST

ନୂଆଦିଲ୍ଲୀ ୨୦।୧୦: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ଦେଶକୁ ସମ୍ଵୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କରୋନାକୁ ନେଇ କୌଣସି ପ୍ରକାରର ବେପରୁଆ ନହେବାକୁ ପରାମର୍ଶ ଦେଇଛନ୍ତି। ଟିକେ ବି ଅବହେଳା ଆମ ଖୁସିକୁ କମ କରିପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ଏହା ଭୁଲିବା ଉଚିତ୍ ନୁହେଁ ଯେ, ଯଦିଓ ଲକ୍‌ଡାଉନ୍ ସରି ଯାଇଛି କିନ୍ତୁ ଭାଇରସ୍‌ ସମାପ୍ତ ହୋଇ ନାହିଁ। ଗତ ୭-୮ ମାସରେ ପ୍ରତ୍ୟେକ ଭାରତୀୟଙ୍କ ଉଦ୍ୟମରେ ଭାରତର ସ୍ଥିତି ଆଜି ନିୟନ୍ତ୍ରଣରେ ରହିଛି, ଆମେ ଏହାକୁ ବିଗାଡିବାକୁ ଦେବା ନାହିଁ ବରଂ ଏଥିରେ ଆହୁରି ସୁଧାର କରିବା। ଆଜି ଦେଶରେ କରୋନା ସୁସ୍ଥହାର ଭଲ ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଦୁନିଆର ସଂପନ୍ନ ଦେଶ ତୂଳନାରେ ଭାରତ ଅଧିକରୁ ଅଧିକ ନାଗରିକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛି। କୋଭିଡ୍ ମହାମାରୀ ବିରୋଧ ଲଢେଇରେ ଟେଷ୍ଟ ସଂଖ୍ୟା ଅଧିକ ରହିବା ଆମର ସବୁଠୁ ବଡ ଶକ୍ତି।  ସେବା ପରମ ଧର୍ମ ମନ୍ତ୍ରରେ ଅଗ୍ରସର  ହୋଇ ଆମର ଡାକ୍ତର, ନର୍ସ ଏତେ ବଡ ଜନସଂଖ୍ୟାର ନିଃଶ୍ଵାର୍ଥପର ଭାବେ ସେବା କରିଛନ୍ତି। ଏହି ସବୁ ପ୍ରୟାସ ମଧ୍ୟରେ ଆମକୁ ବେପରୁଆ ହେବାର ନାହିଁ। କରୋନା ଚାଲି ଯାଇଛି ବୋଲି ଭାବିବାର ଭୁଲ କରିବା ନାହିଁ। ଏହା ମଧ୍ୟ ଭାବିବା ନାହିଁ ଯେ କରୋନାରେ କୌଣସି ବିପଦ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.