ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ: ମୋଦି

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦।୧୧: ସଂଶୋଧିତ କୃଷି ଆଇନକୁ ନେଇ ଦେଶରେ ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି। ସେମାନଙ୍କୁ ନୂଆ ଆଇନ ନେଇ ଭୟଭୀତ କରାଯାଉଛି। ଯାହା କେବେ ହେବ ନାହିଁ ତାକୁ ନେଇ ସେମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଯେ ଅତୀତରେ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ସଫଳ ପୂରଣ ଲାଗି ସଂଶୋଧିତ କୃଷି ଆଇନ ଏକ ଫଳପ୍ରଦ ଉପାୟ। ସେ କୌଣସି ଛଳ ନୁହେଁ ଗଙ୍ଗାଜଳ ଭଳି ମନରେ ଏହି ଆଇନ ଲାଗି କାମ କରିଛନ୍ତି ବୋଲି ସୋମବାର ବାରଣାସୀରେ କହିଛନ୍ତି। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ଚାଷୀଙ୍କର କୃଷି ସଂସ୍କାରକୁ ନେଇ ସନ୍ଦେହ ରହିଛି ଭବିଷ୍ୟତରେ ଆଇନ ସେମାନଙ୍କ ଲାଗି ଲାଭଦାୟୀ ହେବ। ଯେଉଁମାନେ ପୁରୁଣା ନେଣଦେଣ ବ୍ୟବସ୍ଥାକୁ ଉଚିତ ମାନୁଛନ୍ତି ସେମାନଙ୍କ ଲାଗି ଆଇନରେ ସେମାନଙ୍କ ବ୍ୟବସ୍ଥାର କୋଣସି ପରିବର୍ତ୍ତନ ହୋଇନି।  ନୂଆ ଆଇନରେ ଚାଷୀଙ୍କୁ ଅଧିକ ସ୍ୱାଚ୍ଛନ୍ଦ୍ୟ ଓ ସ୍ୱତନ୍ତ୍ରତା ମଧ୍ୟ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ଯେଉଁମାନେ ଅତୀତରେ ଚାଷୀଙ୍କୁ ଠକିଛନ୍ତି ସେହିମାନେ ହିଁ ଚାଷୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି। ସେମାନେ ଚାଷୀଙ୍କ ଋଣ ଛାଡ କରୁଛନ୍ତି, କେଉଁ ଚାଷୀ ସେମାନଙ୍କ ଆଇନର ଲାଭ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଗରୀବ ଓ ସୀମାନ୍ତ ଚାଷୀଙ୍କ ପ୍ରତି ସ୍ୱାଧୀନତା ପରଠାରୁ ନ୍ୟାୟ ହୋଇନି।  ସେମାନଙ୍କ ନାମରେ ଯୋଜନା କରି ନିଜେ ଲାଭ ନେଇଯାଇଛନ୍ତି। ଚାଷୀଙ୍କ ଲାଗି ଯୋଜନା ଟଙ୍କାକର କରି ତାଙ୍କୁ ୧୫ ପଇସା ଦେଇଛନ୍ତି। ଏବେ ଚାଷୀ ଟଙ୍କାକୁ ଟଙ୍କାଏ ଯୋଜନାର ଲାଭ ପାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ପୁରୁଣା ମଣ୍ଡି ବ୍ୟବସ୍ଥାର ଲାଭ ସବୁ ଚାଷୀଙ୍କୁ ମିଳିପାରୁନି। ଅନେକ ଚାଷୀ  ମଣ୍ଡି ପର୍ଯ୍ୟନ୍ତ ମଧ୍ୟ ଯାଇ ପାରୁନାହାନ୍ତି। ନୂଆ ଆଇନରେ ସେମାନଙ୍କ ଲାଗି ନା କେବଳ ମଣ୍ଡି, ଅନ୍ୟ ମାର୍ଗ ଖୋଲି ଦିଆଯିବା ସହ ଆଇନର ସୁରକ୍ଷା ମଧ୍ୟ ଦିଆଯାଇଛି। ସେହିପରି ମଣ୍ଡି ବନ୍ଦକୁ ନେଇ ହେଉଥିବା ଚର୍ଚ୍ଚାକୁ ପ୍ରଧାନମନ୍ତ୍ରୀ ଗୁଜବ ବୋଲି କହିଛନ୍ତି। ସରକାର ମଣ୍ଡି ଆଧୁନିକିକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏଥିରେ ତାକୁ ବନ୍ଦ କରିବେ କିପରି ବୋଲି ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.