oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

‘ମୁଁ ଲହୁଣୀ ନୁହେଁ, ପଥର ଉପରେ ଗାର ଟାଣିଥାଏ, ମୋ ସଂସ୍କାର ହିଁ ଏମିତି’

23/05/2022 at 6:06 PM

ନୂଆଦିଲ୍ଲୀ: ମୋତେ ଲହୁଣୀ ଉପରେ ଗାର ଟାଣିବାକୁ ଭଲ ଲାଗେ ନାହିଁ। ମୋତେ ପଥର ଉପରେ ଗାର ଟାଣିବାକୁ ଭଲ ଲାଗିଥାଏ। ମୋତେ ଏମିତି ସଂସ୍କାର ମିଳିଛି ଯେ, ସର୍ବଦା ବଡ ଆହ୍ଵାନ ଏବଂ ଲକ୍ଷ୍ୟ ପାଇଁ କାମ କରି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ଏହି କଥା କହିଛନ୍ତି। ସେ କହିଛନ୍ତି ଆଜି ଭାରତ ଯେତେବେଳେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ସେଠି ଆମେ ଆଗାମୀ ୨୫ ବର୍ଷର ଯୋଜନା ପ୍ରସ୍ତୁତୁ କରୁଛୁ। ଆମେ ବହୁତ ବଡ ସଂକଳ୍ପ ନେଇଛୁ ଯାହା କଠିନକର ରହିଛି। ମାତ୍ର ମୋତେ ଯେଉଁଭଳି ସଂସ୍କାର ମିଳିଛି ଏବଂ ଯେଉଁ ଲୋକେ ମୋତେ ଆଗକୁ ବଢାଇଛନ୍ତି ସେଥିରେ ମୁଁ କଠିନ ପରିସ୍ଥିତିର ସାମ୍ନା କରିବାରେ ମୁଁ ଅଭ୍ୟସ୍ତ ହୋଇ ପଡିଲିଣି।

ମୋ ସହିତ ୧୩୦ କୋଟି ଦେଶବାସୀଙ୍କ ଆତ୍ମ ବିଶ୍ଵାସ, ସଂକଳ୍ପ ଏବଂ ସ୍ଵପ୍ନ ରହିଛି। ଏହାକୁ ପୂରା କରିବାର ବିରାଟ ସାମର୍ଥ୍ୟ ଆମ ପାଖରେ ରହିଛି। ଏହାର ପରିଣାମ ନିଶ୍ଚୟ ଆସିବ। ମୋଦୀ କହିଛନ୍ତି, ଗତ ଦୁଇ ବର୍ଷରେ ବିଶ୍ଵ ଯୋଗାଣ ଶୃଙ୍ଖଳା କ୍ଷତି ଘଟିଛି। ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଲାଣି। ଏହି ସଂକଟରୁ ବଞ୍ଚିବା ପାଇଁ ଏକ ମାତ୍ର ଉପାୟ ଆତ୍ମ ନିର୍ଭରୀଳ ରହିବା। ଏହି ସଂକଳ୍ପ ନେଇ ଆମେ ଆଗକୁ ବଢୁଛୁ। ଆମର ଏହି ନିବେଶ କେବଳ ଭାରତ ନୁହେଁ ବରଂ ଗ୍ଲୋବାଲ ଚେନ ପାଇଁ ଉଦ୍ଦିଷ୍ଟ। ଆଜି ପୂରା ଦୁନିଆ ଅନୁଭବ କରି ପାରୁଛି ଯେ,  ଭାରତ ଯେଉଁ ଗତିରେ କାମ କରୁଛି ତାହା ଅଦ୍ଭୁତପୂର୍ବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଦୁନିଆ ଏହା ମଧ୍ୟ ଦେଖିଛି ଯେ, କେମିତି ଭିତ୍ତିଭୂମି ନିର୍ମାଣରେ ଆମେ ଦ୍ରୁତ ଗତିରେ କାମ କରୁଛୁ। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ ସମେତ ଅନେକ ପ୍ରକଳ୍ପ ଭରତ ଏବଂ ଜାପାନ ସହଯୋଗର ଉଦାହରଣ। ଭାରତରେ ପରିବର୍ତ୍ତନ କାରଣରୁ ଆମେ ଏକ ସଶକ୍ତ ଗଣତନ୍ତ୍ରର ପରିଚୟ ତିଆରି କରିଛୁ। ଆଜି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକେ ଜଡିତ ହେଉଛନ୍ତି, ବିଶେଷ କରି ସେହିମାନେ ଆମ ସହ ସାମିଲ୍ ହେଉଛନ୍ତି ଯେଉଁମାନେ ଅତୀତରେ କେବେ ନିଜକୁ ଗର୍ବିତ ଅନୁଭବ କରୁନଥିଲେ। ଭାରତରେ ନିର୍ବାଚନରେ ପୁରୁଷଙ୍କ ତୂଳନାରେ ମହିଳାମାନେ ଭୋଟ୍ କରୁଛନ୍ତି। ଏଥିରୁ ଏହା ପ୍ରମାଣିତ ହେଉଛି ଯେ, ଭାରତରେ ଗଣତନ୍ତ୍ର ସାଧାରଣ ନାଗରିକଙ୍କ ହକ୍ ପ୍ରତି କେତେ ସଜାଗ ଏବଂ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

   Related Posts