scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟିମ୍ ଇଣ୍ଡିଆ ଡ୍ରେସିଂରୁମରେ ପ୍ରଧାନମନ୍ତ୍ରୀ; ଖେଳାଳିଙ୍କୁ କହିଲେ ଭାଙ୍ଗିପଡ଼ନାହିଁ, ଦେଶ ଆପଣଙ୍କୁ ଦେଖୁଛି

21/11/2023 at 11:14 AM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଠାରୁ ବିଶ୍ବକପ ହାରିବା ପରେ ଭାଙ୍ଗିପଡ଼ିଛି ଟିମ୍ ଇଣ୍ଡିଆ । ଖେଳାଳିଙ୍କ ମନୋବଳ ଦୃଢ କରିବା ପାଇଁ ଭାରତୀୟ ଟିମର ଡ୍ରେସିଂ ରୁମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସେଠାରେ ଖେଳାଳିଙ୍କୁ ସାକ୍ଷାତ କରି ସେମାନଙ୍କୁ ଉତ୍ସାହିତ କରିଛନ୍ତି । ଅଧିନାୟକ ରୋହିତ୍ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ଏହି ସମୟରେ ପିଏମ୍ ମୋଦି ଖେଳାଳିଙ୍କୁ ଧର୍ଯ୍ୟ ଧରିବା ପାଇଁ କହିବା ସହ ସାରା ଦେଶ ଆପଙ୍କୁ ଦେଖିଛି ତେଣୁ ହସି ଦିଅ ବୋଲି କହିଥିଲେ ।

ଭାରତ କ୍ରିକେଟ୍ ବିଶ୍ବକପ-୨୦୨୩ ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନ୍ ସଂଗ୍ରହ କରିଥିଲା । ଏହି ଛୋଟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଟିମ୍ ୪୨ଟି ବଲ ବାକି ଥାଇ ମ୍ୟାଚକୁ ୬ ଓ୍ବିକେଟରେ ଜିତି ନେଇଛି । ଅଷ୍ଟ୍ରେଲିଆ ଦଳର ଏହା ଷଷ୍ଠ ବିଶ୍ବକପ । ଭାରତୀୟ ତୃତୀୟ ବିଶ୍ବକପ ଜିତିତବା ସ୍ବପ୍ନ ଭାଙ୍ଗିଯାଇଛି । ମ୍ୟାଚ ହାରିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଭାଙ୍ଗିପଡ଼ିଛନ୍ତି । ଅଧିନାୟକ ରୋହିତ ଶର୍ମା, ବିରାଟ୍ କୋହଲି, ଏବଂ ମହମ୍ମଦ ସିରାଜଙ୍କ ଅଖିରେ ଲୁହ ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟକୁ ଦେଖି କ୍ରିକେଟ୍ ପ୍ରେମୀ ମଧ୍ୟ ଭାବୁକ ହୋଇଛନ୍ତି ।

ତେବେ ଟିମ୍ ଇଣ୍ଡିଆ ମ୍ୟାଚ୍ ହାରିବା ପରେ ଖେଳାଳିଙ୍କୁ ସାକ୍ଷାତ କରିବାକୁ ଡ୍ରେସିଂ ରୁମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଅଧିକନାୟ ରୋହିତ୍ ଶର୍ମା, ବିରାଟ୍ କୋହଲି ଓ ଅନ୍ୟ ଖେଳାଳିଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଏବେ ଭାଙ୍ଗି ପଡ଼ିବାର ସମୟରେ ନୁହେଁ, ବରଂ ଧର୍ଯ୍ୟ ଧର, ସାରା ଦେଶ ଆପଣଙ୍କୁ ଦେଖିଛି । ତେଣୁ ସମସ୍ତଙ୍କୁ ହସି ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଫାଷ୍ଟ ବୋଲର ମହମ୍ମଦ ସାମିଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ । ଏହି ଭିଡିଓ ସୋସିଆଲ୍ ମିଡିଆ ଫ୍ଲାଟଫର୍ମ ଏକ୍ସରେ ଅପଲୋଡ୍ ହୋଇଛି । ମହମ୍ମଦ ଶାମି ଟ୍ବିଟର ହ୍ୟାଣ୍ଡଲ ଏକ୍ସରେ ଲେଖିଛନ୍ତି, ରବିବାର ଆମ ଦିନ ନଥିଲା । ପୂରା ଟୁର୍ଣ୍ଣାମେଣ୍ଟରେ ଦେଶବାସୀ ଆମକୁ ସମର୍ଥନ କରିବାରୁ ଧନ୍ୟବାଦ କହିଛନ୍ତି । ସେହିପରି ଏମ୍ ମୋଦିଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।

   Related Posts