୨୦ କିଲୋ ଆରଡିଏକ୍ସରେ ପ୍ରଧାନମନ୍ତ୍ରୀଙ୍କୁ ଉଡ଼ାଇଦେବାକୁ ଧମକ; NIA କୁ ମିଳିଥିବା ଇ-ମେଲ୍‌ର ତଦନ୍ତ କରିବ ମହାରାଷ୍ଟ୍ର

Published By : Prameya-News7 Bureau | April 01, 2022 IST

ନୂଆଦିଲ୍ଲୀ ୦୧/୦୪ : ଦେଶର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ନେଇ ଏପରି ଏକ ଧମକ ପୂର୍ଣ୍ଣ ଇମେଲ ଜାତୀୟ ତଦନ୍ତ ଏଜେନ୍ସିକୁ (ଏନଆଇଏ)କୁ କରାଯାଇଛି। ଇମେଲ କରିଥିବା ବ୍ୟକ୍ତି ଜଣଙ୍କ କହିଛି ମୁଁ ଆତ୍ମହତ୍ୟା କରିବାକୁ ଯାଉଛି ଯାହା ଫଳରେ ଏହି ଷଡ଼ଜନ୍ତ୍ରର ଖୁଲାସା ହୋଇପାରିବ ନାହିଁ। ଏବେ ଏହି ମାମଲାରେ ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ଦିଲ୍ଲୀପ ବାଲସେ ପାଟିଲ କହିଛନ୍ତି ଯଦି ମହାରାଷ୍ଟ୍ର ସହିତ ଏହି ମାମଲା ଯଡ଼ିତ ତେବେ ଏହାର ତଦନ୍ତ କରାଯିବ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଦିଆଯାଇଥିବା ଏହି ଧମକପୂର୍ଣ୍ଣ ଇମେଲରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ବାଲସେ ପାଟିଲ ପ୍ରତିକ୍ରିୟା ଦେଇ କହିଛନ୍ତି “ଯଦି କେହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଧମକାଉଛନ୍ତି ଏହା ଠିକ ନୁହେଁ। ଯଦି ଏହି ଇମେଲ ମହାରାଷ୍ଟ୍ରର ହୋଇଥିବ ତେବେ ଏହାର ତଦନ୍ତ କରାଯିବ। ସତ ସାମ୍ନାକୁ ଆସିବ’’।

ଗଣମାଧ୍ୟମ ରିପୋର୍ଟ ଅନୁସାରେ କୁହାଯାଇଛି ଯେ ମେଲ କରିଥିବା ଲୋକଟି କହଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଅତି କମରେ ୨୦ଟି ସ୍ଲିପର ସେଲକୁ ସକ୍ରିୟ କରାଯାଇଛି। ଏହି ସ୍ଲିପର ସେଲ ପାଖରେ ୨୦ କିଲୋ ଆରଡିଏକ୍ସ ରହିଛି। ସ୍ଲିପର ସେଲର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏକ ଲକ୍ଷ ଲୋକଙ୍କୁ କ୍ଷତି ପହଞ୍ଚାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।   

ରିପୋର୍ଟ ମୁତାବକ ମେଲ କରିଥିବା ବ୍ୟକ୍ତି ଜଣଙ୍କ କହିଛି ‘‘ମୁ କିଛି ଆତଙ୍କବାଦମାନଙ୍କ ସହିତ ସାକ୍ଷାତ କରିଛି । ସେମାନେ ଆରଡିଏକ୍ସରେ ସାହାଯ୍ୟ କରିବାକୁ ଯାଉଛନ୍ତି। ମୋତେ ବହୁତ ସହଜରେ ବୋମା ମିଳି ଯାଇଥିବାରୁ ମୁଁ ବହୁତ ଖୁସି। ଏବେ ମୁଁ ସବୁ ସ୍ଥାନରେ ବିଷ୍ଫୋରଣ କରିବି। ମୁଁ ଏହାର ଯୋଜନା ପ୍ରସ୍ତୁତ କରିଛି। ୨୦ଟି ସ୍ଲିପର ସେଲଙ୍କୁ ସକ୍ରିୟ କରାଯିବା ସହିତ ଲକ୍ଷେ ଲୋକଙ୍କୁ ମାରି ଦିଆଯିବ’’।

ଇମେଲ ପାଇଥିବା ଏନଆଇଏର ମୁମ୍ବାଇ ଶାଖା ଅନ୍ୟ ସୁରକ୍ଷା ଏଜେନ୍ସିମାନଙ୍କୁ ଏନେଇ ସୂଚନା ଦେଇଛି। ମିଳିଥିବା ଇମେଲଟି ଏନଆଇଏ ଓ ଅନ୍ୟ ଗୁଇନ୍ଦା ଏଜେନ୍ସିମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏବେ ଗୁଇନ୍ଦା ଏଜେନ୍ସି ଓ ଏନଆଇଏ ଇମେଲ ପଠାଇଥିବା ବ୍ୟକ୍ତିର ଠିକଣା ଖୋଜିବାକୁ ଚେଷ୍ଠା କରୁଛନ୍ତି। ଗୁଇନ୍ଦା ଏଜେନ୍ସି ଇମେଲ ପଠାଇଥିବା ବ୍ୟକ୍ତିଙ୍କର ଆଇପି ଆଡ୍ରେସକୁ ଏବେ ଟ୍ରାକ କରୁଛି। ଏନଆଇଏ ଭାରତର ପ୍ରଥମ ଆତଙ୍କବାଦୀ କାର୍ଯ୍ୟ ନିରୋଧି ଟାସ୍କ ଫୋର୍ସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.