ଓସ୍କାର ବିଜେତାଙ୍କୁ ଭେଟିଲେ ନରେନ୍ଦ୍ର ମୋଦୀ, ଫଟୋ ସେୟାର କରି କହିଲେ ଏମିତି
31/03/2023 at 7:45 AM

ମୁମ୍ଵାଇ ୩୧।୦୩: ବିଜେତା ନିର୍ମାତା ଗୁନତ୍ ମୋଙ୍ଗା ଏବଂ କାର୍ତ୍ତିକେ ଗୋନସାଲଭ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସାକ୍ଷାତକାରର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଦି ଏଲିଫ୍ୟାଣ୍ଟ ୱିସ୍ପର’ ଚଳଚ୍ଚିତ୍ରର ସିନେମାଟିକ୍ ଉଜ୍ଜ୍ୱଳତା ଏବଂ ସଫଳତା ସମଗ୍ର ବିଶ୍ୱର ଧ୍ୟାନ ଏବଂ ପ୍ରଶଂସାକୁ ଆକର୍ଷିତ କରିଛି। ଏହା ସହିତ ଜଡିତ ଚମତ୍କାର ଦଳକୁ ଭେଟିବାର ଏକ ସୁଯୋଗ ପାଇଲି । ସେ ସମଗ୍ର ବିଶ୍ୱରେ ଭାରତକୁ ଗର୍ବିତ କରିଛନ୍ତି।
Delhi | PM Narendra Modi meets producer Guneet Monga and director Kartiki Gonsalves of the #Oscars winning 'The Elephant Whisperers'
— ANI (@ANI) March 30, 2023
"The cinematic brilliance and success of ‘The Elephant Whisperers’ has drawn global attention as well as acclaim. Today, I had the opportunity to… pic.twitter.com/t7pZ7rOFio
ପ୍ରଧାନମନ୍ତ୍ରୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଦୁଇଟି ଫଟୋ ସେୟାର କରିଛନ୍ତି। ଫଟୋ ଗୁଡିକରେ ଦେଖିବାକୁ ମିଳୁଛି ଯେ ଗୁନିତ୍ ମୋଙ୍ଗା ଏବଂ କାର୍ତ୍ତିକୀ ଗୋନସାଲଭସ୍ ଓସ୍କାର ପୁରସ୍କାର ପିଏମ ମୋଦୀଙ୍କୁ ଦେଉଥିବାର ନଜର ଆସିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ‘ଦି ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ କାଟାଗରୀ’ରେ ଓସ୍କାର ଜିତିଥିଲା। କାର୍ତ୍ତିକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଗୁନିତ୍ ଦ୍ୱାରା ନିର୍ମିତ। ଏହି ସର୍ଟ ଫିଲ୍ମଟି ନେଟଫ୍ଲିକ୍ସରେ ଉପଲବ୍ଧ ।
ଗୁନିତ୍ ମୋଙ୍ଗାଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ, ଖୁବ୍ ଶୀଘ୍ର ସେ ହିପ୍ ହପ୍ କଳାକାର ତଥା ରାପର ୟୋ ୟୋ ହନି ସିଂଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ନିକଟରେ ହନି ସିଂଙ୍କ ଜନ୍ମଦିନ ଅବସରରେ ଗୁନିତ୍ ଏହି ସୂଚନା ସେୟାର କରିଛନ୍ତି। ରାପରଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ନେଟଫ୍ଲିକ୍ସ ସହ ମିଳିତ ଭାବରେ ଗୁନିତ୍ଙ୍କ ଦ୍ୱାରା ନିର୍ମିତ ହେବ ।