ଦେଶର ୧ କୋଟି କୃଷକଙ୍କ ଖାତାକୁ ଗଲା ୨ହଜାର ଟଙ୍କା ଲେଖାଏଁ , ଓଡିଶା ସରକାର ତାଲିକା ଦେଉନଥିବା କହିଲେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ

Published By : Prameya-News7 Bureau | February 24, 2019 IST

ଗୋରଖପୁର ୨୪|୨: ଉତ୍ତରପ୍ରଦେଶ ଗୋରଖପୁରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି। ୭୫ ହଜାର କୋଟି ଟଙ୍କାର ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଆଜି ୧ କୋଟି କୃଷକଙ୍କ ଖାତାକୁ ୨ ହଜାର ଟଙ୍କା ପଠାଯାଇଛି । ଖୁବଶୀଘ୍ର  ଅନ୍ୟ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଯିବ।

{"id":88387}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶର ଗୋରଖପୁରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି । ୭୫ ହଜାର କୋଟି ଟଙ୍କାର ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଆଜି ୧ କୋଟି କୃଷକଙ୍କ ଖାତାକୁ ୨ ହଜାର ଟଙ୍କା ପଠାଯାଇଛି । ଏହାଛ଼ଡା ଆସନ୍ତା ୨-୩ଦିନ ମଧ୍ୟରେ ଅନ୍ୟ ୧ କୋଟି କୃଷକଙ୍କୁ ଟଙ୍କା ପଠାଯିବ । ୨୦୧୯-୨୦ର ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ପିଏମ କିଷାନ ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନା ଦ୍ୱାରା ୧୨ କୋଟି କ୍ଷୁଦ୍ର ଚାଷୀଙ୍କୁ ପ୍ରତି ବର୍ଷ ୬ ହଜାର ଟଙ୍କା ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି । ଏହି ରାଶି ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଥିବା ତିନିଟି କିସ୍ତିରେ ଦିଆଯିବ ।

{"id":88388}

ପିଏମ କିଷାନ ଯୋଜନା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷୁଦ୍ର ଚାଷୀ,ନାମମାତ୍ର ଚାଷୀଙ୍କ ପରିବାରକୁ ୧୦ ହଜାର ଟଙ୍କା ଦେବାକୁ ଯେଉଁ ଦାବି ରଖିଛନ୍ତି ସେନେଇ ପ୍ରଧାନମନ୍ତ୍ରୀ ତୁରନ୍ତ ପଦକ୍ଷେପ ନିଅନ୍ତୁ । କାଳିଆ ଯୋଜନା ବାସ୍ତବାଦୀ ଯୋଜନା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ସେପଟେ ରାଜ୍ୟ ସରକାରଙ୍କ ଦାବି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ଓଡିଶା ସରକାର ଏଯାଏ ମାତ୍ର ୧୦ ଲକ୍ଷ ହିତାଧିକାରୀଙ୍କତାଲିକା ଦେଇଛି। ବାକି କୃଷକଙ୍କ ତାଲିକା ଦେବାରେ ବିଳମ୍ବ କାହିଁକି କରାଯାଉଛି। 

{"id":88211}

୨୦୨୨ବେଳକୁ ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଯୋଜନାକୁ ସ୍ବଚ୍ଛ ତଥା ବାଟମାରଣା ରୋକିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ମୋଦି କହିଛନ୍ତି। ଏହି ଯୋଜନାରେ ସାମିଲ ହେବାପାଇଁ ରାଜ୍ୟ ସରକାରଙ୍କୁ ହିତାଧୀକାରୀଙ୍କ ତାଲିକା ଦେବାକ କହିଛନ୍ତି ପ୍ରଧାନମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.