ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

କର୍ଣ୍ଣାଟକକୁ ହେଲିକପ୍ଟର ଫ୍ୟାକ୍ଟ୍ରୀ ଉପହାର ଦେଲେ ପିଏମ ମୋଦୀ, ମିଳିବ ୧୦ ହଜାର ନିଯୁକ୍ତି, କଂଗ୍ରେସକୁ କଲେ ଟାର୍ଗେଟ୍

6/02/2023 at 6:32 PM

ବେଙ୍ଗାଲୁରୁ: କର୍ଣ୍ଣାଟକର ଟୁମକୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲମିଟେଡର ହେଲିକପ୍ଟର କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । କର୍ଣ୍ଣାଟକର ପୁରୁଣା ମୈସୁର ଅଞ୍ଚଳର ଟୁମକୁରୁରେ ଏହାକୁ ନିର୍ମାଣ କରାଯାଇଛି । ରାଜ୍ୟରେ ଆସନ୍ତା କିଛି ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଏହା ପୂର୍ବରୁ ରାଜ୍ୟକୁ ଉପହାର ଦେଇଛନ୍ତି ପିଏମ ମୋଦୀ । ପୁରୁଣା ମୈସୁର ଜେଡିଏସର ମଜଭୁତ ଗଡ଼ ରହି ଆସିଛି । ବିଜେପି ଏହି ଅଞ୍ଚଳର ନିଜର ସ୍ଥିତିକୁ ଅଧିକ ମଜଭୁତ କରିବା ପାଇଁ ପ୍ରୟାସ କରୁଛି ।

ଏଚଏଏଲର ଫ୍ୟାକ୍ଟ୍ରୀ ଉଦଘାଟନ କରିବା ସହ ଏକ ଲାଇଟ୍ ୟୁଟିଲିଟି ହେଲିକପ୍ଟରର ମଧ୍ୟ ସେ ଅନାବରଣ କରିଛନ୍ତି । କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଦେଶର ଏକ ବଡ଼ ହେଲିକପ୍ଟର ଫ୍ୟାକ୍ଟ୍ରୀ ଟୁମକୁରୁକୁ ମିଳିଛି । ଆଜି ଟୁମକୁରୁ ଇଣ୍ଡଷ୍ଟ୍ରିୟଲ ଟାଉନଶିପର ଶିଳାନ୍ୟାସ ହୋଇଛି । ଏହାସହ ଟୁମକୁରୁ ଅଞ୍ଚଳର ଶହ ଶହ ଗାଁରେ ପାଣି ପହଞ୍ଚାଇବା ଯୋଜନା ଉପରେ ମଧ୍ୟ କାମ ଆରମ୍ଭ ହୋଇଛି ।

ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ କରି ପିଏମ ମୋଦୀ କହିଛନ୍ତି, ‘ଏହି ଏଚଏଏଲ ଜରିଆରେ ଆମ ସରକାର ଉପରେ ଅନେକ ମିଛ ଅଭିଯୋଗ ଅଣାଯାଇଥିଲା । ଏହି ଏଚଏଏଲ ନାଁ ନେଇ ଲୋକଙ୍କୁ ଭ୍ରମିତ କରାଇବାକୁ ଉଦ୍ୟମ କରାଯାଇଥିଲା, କିନ୍ତୁ ମିଛ ଯେତେ ବଡ଼ ହେଲେ ମଧ୍ୟ ସତ ଆଗରେ ଦିନେ ପରାଜିତ ହୋଇଥାଏ । ସଂସଦର ଅନେକ ଉପଯୋଗୀ ସମୟ ଏହା ଉପରେ ବରବାଦ କରି ଦିଆଗଲା । ଏଚଏଏଲର ହେଲିକପ୍ଟର ପ୍ୟାକ୍ଟ୍ରୀ ଏବଂ ଏହାର ବଢୁଥିବା ଶକ୍ତି ମିଛ ଅଭିଯୋଗ ଉପରୁ ପରଦା ଉଠାଇ ଦେଇଛି’ । ଉଲ୍ଲେଖଯୋଗ୍ୟ ଯେ ୨୦୧୮ରେ ରାହୁଲ ଗାନ୍ଧୀ ବେଙ୍ଗାଲୁରୁରେ ଏଚଏଏଲ କର୍ମଚାରୀଙ୍କୁ ଭେଟିଥିଲେ । ଏହାପରେ କେନ୍ଦ୍ର ସରକାର ଏଚଏଏଲର ଅପମାନ କରୁଥିବା ରାହୁଲ ଅଭିଯୋଗ ଆଣିଥିଲେ।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କହିଛନ୍ତି,’ଏହି ଫ୍ୟାକ୍ଟ୍ରୀ ଦ୍ୱାରା ରାଜ୍ୟକୁ ଲାଭ ମିଳିବ ଏବଂ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ହଜାର ଲୋକଙ୍କୁ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ମିଳିବ’। ପୁରୁଣା ମୈସୁର ଅଞ୍ଚଳ ବୋକାଲିଙ୍ଗା ବହୁଳ ଏବଂ ଏହି ଅଞ୍ଚଳରେ ବିଜେପି ସ୍ଥିତି ଦୁର୍ବଳ ରହିଛି । ଏହି ଅଞ୍ଚଳରେ ୫୯ ବିଧାନସଭା ଆସନ ରହିଛି । ୨୦୧୮ ନିର୍ବାଚନରେ ବିଜେପି ଏହି ଅଞ୍ଚଳରୁ ମାତ୍ର ୯ଟି ଆସନ ଜିତିବାରେ ସଫଳ ହୋଇଥିଲା।   

   Related Posts