ଓଡିଶାକୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଉଛନ୍ତି, ହେଲେ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାଁନ୍ତି ବୋଲି ବଲାଙ୍ଗିରରେ କହିଲେ ମୋଦି

Published By : Prameya-News7 Bureau | January 15, 2019 IST

ବଲାଙ୍ଗିର ୧୫|୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ପଶ୍ଚିମ ଓଡିଶା । ଦିନିକିଆ ବଲାଙ୍ଗିର ଗସ୍ତରେ ଆସି ମୋଦି ୧୫୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ବଲାଙ୍ଗିର ପଥରଚେପାରେ ଜବାବ ମାଗୁଛି ଓଡିଶା ସମାବେଶରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଫୋକସରେ ଓଡିଶା। ବଲାଙ୍ଗିର ପଥରଚେପାରେ ଉଦବୋଧନ ଦେଇ ପୁଣି ବିକାଶର କଥା ଦୋହରାଇଛନ୍ତି ମୋଦି।

{"id":74128}

ଗୋଟିଏ ମାସ ଭିତରେ ଓଡିଶାରେ ୨୦ ହଜାର କୋଟି ଟଙ୍କାର ବିକାଶମୂଳକ କାମର ଆରମ୍ଭ ହୋଇଛି ବୋଲି ମୋଦି କହିଛନ୍ତି। ନବ ଓଡିଶାର ନିର୍ମାଣରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ହେଲେ ରାଜ୍ୟସରକାର ଟଙ୍କା ଖର୍ଚ୍ଚ କରିପାରୁନାହାଁନ୍ତି। ବିଭିନ୍ନ ପାଣ୍ଠିରେ  ଟଙ୍କା ପଡିରହିଛି ବୋଲି ମୋଦି କହିଛନ୍ତି। ଖଣିଜ ଖନନ ପାଇଁ ଓଡିଶାକୁ ୪ ହଜାର କୋଟି ଟଙ୍କାର ଖଣିଜ ପାଣ୍ଠି ଦିଆଯାଇଛି। ହେଲେ ଏହି ଅର୍ଥ ବିନିଯୋଗ ହୋଇପାରୁନି। ବର୍ଷ ବର୍ଷ ଧର ଏଠାରେ ଶାସନ କରୁଥିବା ରାଜ୍ୟସରକାର କଣ ଶୋଇଛନ୍ତି ବୋଲି ତେରଛା ବାଣ ମାରିଛନ୍ତି ମୋଦି। ଜନତାଙ୍କୁ ଉଦବୋଧନ ଦେଇ ମୋଦି ବିକାଶର ପାଞ୍ଚଟି ଧାରା ବିଷୟରେ କହିଛନ୍ତି।  ତାଙ୍କ ସରକାର ଶିଶୁଙ୍କୁ ଶିକ୍ଷା,ଯୁବକଙ୍କୁ ରୋଜଗାର,ବୃଦ୍ଧଙ୍କୁ ଔଷଧ,କୃଷକଙ୍କୁ ଜଳସେଚନ ଓ ସମସ୍ତଙ୍କର ବିକାଶ କରୁଛି ବୋଲି ମୋଦି କହିଛନ୍ତି। ଗରିବଙ୍କୁ ଲୁଟ୍ କରୁଥିବା ବେଇମାନଙ୍କୁ ଦଣ୍ଡ ଦେବାକୁ ଚୌକିଦାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି ।

{"id":74130}

କୋଣାର୍କର ପ୍ରଥମ କିରଣ ପୂର୍ବ ଭାରତକୁ ଆଲୋକିତ କରୁଛି । ରାଜ୍ୟର ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯାଇଛି । କେନ୍ଦ୍ରର ପୁଞ୍ଜି ବିନିଯୋଗ ରାଜ୍ୟବାସୀଙ୍କ ଜୀବନକୁ ସୁଗମ କରିବ । ଗୋଟିଏ ମାସରେ ୨୦ ହଜାର ଟଙ୍କାର ପୁଞ୍ଜି ବିନିଯୋଗ ପୂର୍ବରୁ କେବେ ହୋଇନଥିଲା । ଓଡ଼ିଶାର ସବୁ ଜିଲ୍ଲାରେ ଅସଂଖ୍ୟ ଆସ୍ଥାସ୍ଥଳୀ ରହିଛି । ଦେଶର ସଂସ୍କୃତି, ଐତିହ୍ୟକୁ ଏହା ରୁଦ୍ଧିମନ୍ତ କରୁଛି । ପୂର୍ବ ସରକାର ତୁଳନାରେ ଓଡ଼ିଶାକୁ ୫ଗୁଣା ଅଧିକ ଅର୍ଥ ଦେଇଛି କେନ୍ଦ୍ର । ମୋଦି ସରକାରକୁ ରାସ୍ତାରୁ ହଟାଇବାକୁ ବିରୋଧୀ ମେଣ୍ଟ ଆଉ ଚକ୍ରାନ୍ତ ଚଳାଇଛନ୍ତି । କେନ୍ଦ୍ର ସରକାର ଦେଶର ସାମଗ୍ରିକ ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।

ଦେଶରେ ୬କୋଟିରୁ ଅଧିକ ଜାଲ୍ ରାସନ କାର୍ଡ ରବ୍ଦ କରାଯ।ଇଛି । କ୍ରୀଡାର ବିକାଶ ପାଇଁ ଆସନ୍ତା ବର୍ଷରୁ ପ୍ରତ୍ୟେକ ଜିଲ୍ଲାକୁ ୫କୋଟି ଟଙ୍କା ଲେଖାଏଁ ମିଳିବ । କେନ୍ଦ୍ରର ବିକାଶ କାର୍ଯ୍ୟ ବିରୋଧୀଙ୍କ ଚକ୍ଷୁଶୂଳର କାରଣ ହୋଇଛି । ପର୍ଯ୍ୟଟନ ଗମନାଗମନ, କୃଷି, ଶିଳ୍ପ, ବେକାରୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.