ଟ୍ରେନ୍ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ

Published By : Prameya-News7 Bureau | May 08, 2020 IST

ଔରଙ୍ଗାବାଦ ୮|୫: ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନରେ ଧକ୍କା ହେବା ପରେ ୧୬ଜଣ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ରେଳ ମନ୍ତ୍ରୀଙ୍କ ସହ କଥା ହୋଇଛି। ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ‘ଔରଙ୍ଗାବାଦରେ ଟ୍ରେନ୍ ଦୁର୍ଘଟଣା ଖବର ମୋତେ ଦୁଃଖିତ କରିଛି। ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ କଥା ହୋଇଛନ୍ତି । ରେଳମନ୍ତ୍ରୀ ଏହି ଘଟଣାର ତଦାରଖ କରୁଛନ୍ତି। ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି ।’

{"id":266462,"sizeSlug":"large"}
wp:html /wp:html

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନରେ ଧକ୍କା ହେବା ପରେ ୧୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଟ୍ରାକରେ ଥିବା ଶ୍ରମିକମାନଙ୍କୁ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲେ। ସକାଳ ପ୍ରାୟ ୬ଟା ୩୦ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା ​​। ଜଲନା କାରଖାନାରେ କାମ କରୁଥିବା ଶ୍ରମିକମାନେ ଜଲନାରୁ ଭୁସାୱାଲକୁ ଯାଉଥିଲେ। ସେଠାରୁ ଶ୍ରମିକମାନେ ଛତିଶଗଡ ଯାଇଥାନ୍ତେ ।

{"id":266463,"sizeSlug":"large"}

କୁହାଯାଉଛି ଯେ ଶ୍ରମିକମାନେ ରେଳ ଧାରଣା ପାର୍ଶ୍ବରେ ବୁଲୁଥିଲେ ଏବଂ ଥକ୍କା ଲାଗିବା କାରଣରୁ ଟ୍ରାକରେ ଶୋଇଥିଲେ। ଜାଲନାରୁ ଆସୁଥିବା ମାଲବାହୀ ଟ୍ରେନ୍ ଟ୍ରାକରେ ଶୋଇଥିବା ଏହି ଶ୍ରମିକମାନଙ୍କ ଉପରେ ଚଢିଯାଇଥିଲା । ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

{"id":266464,"width":578,"height":433,"sizeSlug":"large"}

ଅନ୍ୟପଟେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୀୟୁଷ ଗୋୟଲ ଟ୍ବିଟ୍ କରି କହିଛନ୍ତି ଯେ, ‘ଆଜି ସକାଳେ ବାଦନାପୁର ଏବଂ ନନ୍ଦେଡ ଡିଭିଜନର କରମାଡ ଷ୍ଟେସନ ମଧ୍ୟରେ ଶୋଇଥିବା ଶ୍ରମିକମାନଙ୍କୁ ମାଲବାହୀ ଟ୍ରେନ୍ ଧକ୍କା ଦେବାର ଦୁଃଖଦ ଖବର ଆସିଥିଲା। ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିବଂଗତ ଆତ୍ମାଙ୍କ ଶାନ୍ତି ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି। ’

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.