ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କରୋନା ଇଫେକ୍ଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାଂଦେଶ ଗସ୍ତ ବାତିଲ, ଆସନ୍ତା ୧୭ରେ ପଡୋଶୀ ଦେଶ ଗସ୍ତର କାର୍ଯ୍ୟକ୍ରମ ରହିଥିଲା ।

9/03/2020 at 8:10 AM

ନୂଆଦିଲ୍ଲୀ ୦୯।୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲାଂଦେଶ ଗସ୍ତ ବାତିଲ । ଆସନ୍ତା ୧୭ରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଗସ୍ତ ବାତିଲ କରାଯାଇଛି । ରବିବାର ଦିନ ବାଲାଂଦେଶରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଗସ୍ତ ରଦ୍ଦ କରାଯାଇଥିବା ସୂଚନା ରହିଛି । । ଆସନ୍ତା ୧୭ ତାରିଖରେ ଶେଖ ମୁଜିବୁର ରେହେମାନଙ୍କ ଜନ୍ମଜୟନ୍ତୀ ପାଳନ ପାଇଁ ମୋଦି ବାଲାଂଦେଶ ଗସ୍ତ କରିଥାନ୍ତେ । କିନ୍ତୁ ସେଠାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବାଲାଂ ସରକାର କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ।

ବାଲାଂଦେଶ ପ୍ରଧାନମନ୍ତ୍ରୀଙ୍କୁ ଶେଖ ହସିନା ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଶତବାର୍ଷିକୀ ସମାରୋହର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦି  ବାଲାଂଦେଶ ଗସ୍ତ କରିଥାନ୍ତେ । ମୋଦି ସେଠାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବାଂଲାଦେଶର ନାଗରିକମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା  । ତେବେ ବାଲାଂଦେଶ ନାଗରିକଙ୍କୁ ଭାରତୀୟ ବିବାଦୀୟ ଆଇନ ବୋଲି କୁହାଯାଉଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ପ୍ରସ୍ତାବିତ ଏନଆରସିକୁ ନେଇ ମଧ୍ୟ ସମ୍ଭୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା ।

   Related Posts