AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ବିଜେପି ରାଷ୍ଟ୍ରୀୟ ଅଧିବେଶନର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ମନ୍ତ୍ର

12/01/2019 at 2:29 PM

ନୂଆଦିଲ୍ଲୀ ୧୨|୧: ଦିଲ୍ଲୀରେ ବିଜେପିର ମନ୍ଥନ । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ବିଜେପିର ଶେଷ ରାଷ୍ଟ୍ରୀୟ ଅଧିବେଶନରେ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭାରେ ଏକଦା  ଦୁଇଟି ଆସନ ପାଇଥିବା ଦଳ ଆଜି ମହାଦ୍ରୁମରେ ପରିଣତ ହୋଇଛି  ବୋଲି କହିଛନ୍ତି ମୋଦି। ବିଜେପି ପ୍ରତି ଦେଶର ଲୋକଙ୍କ ବିଶ୍ବାସ ଅତୁଟ ରହିଛି। ସରକାରଙ୍କ  ବିରୋଧରେ  ଦୁର୍ନୀତିର ଗୋଟିଏ ବି ଅଭିଯୋଗ ନାହିଁ। ସଂଗଠନର ଶକ୍ତି ଏଥିପ୍ରତି ଲୋକଙ୍କ ବିଶ୍ବାସ ବୋଲି ମୋଦି କହିଛନ୍ତି। ସର୍ଦ୍ଦାର ପଟେଲ ଯଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ଦେଶର ଚିତ୍ର  ଆଜି କିଛି ଅଲଗା ହୋଇଥାନ୍ତା ବୋଲି ମୋଦି କହିଛନ୍ତି । ୟୁପିଏ ସରକାରକୁ ଟାର୍ଗେଟ୍ କରିଛନ୍ତି ମୋଦି । ୟୁପିଏ ଅମଳରେ ସରକାର ସବୁ ସମୟ ଦୁର୍ନୀତିରେ ବରବାଦ କଲା ବୋଲି ମୋଦି କହିଛନ୍ତି।

ବିଜେପି କର୍ମୀଙ୍କୁ ଉଦବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଛନ୍ତି। କୌଣସି ମେଣ୍ଟ ବିଜେପିକୁ ହରାଇପାରିବନି । ଦେଶର ୨୨କୋଟି ପରିବାରଙ୍କ ସମର୍ଥନ ବିଜେପି ପ୍ରତି ରହିଛି ବୋଲି କହିଛନ୍ତି ଅମିତ ଶାହା ପ୍ରତ୍ୟେକ ଦଳ ସେମାନଙ୍କର ଭୋଟ୍ ବ୍ୟାଙ୍କଙ୍କୁ ସନ୍ତୁଷ୍ଟ କରିବାପାଇଁ ରାଜନୀତି କରୁଛନ୍ତି। ତେବେ ବିଜେପି ସବକା ସାଥ ବିକାଶକୁ ମନ୍ତ୍ର କରିଛି ବୋଲି କହିଛନ୍ତି ଅମିତ ଶାହ।

   Related Posts