ପିଏମ ମୋଦୀ-ଶେଖ ହସିନାଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା, କୁଶିୟାରା ନଦୀ ଜଳ ବୁଝାମଣା ଉପରେ ଗୁରୁତ୍ୱପୂର୍ଣ୍ଣ ହସ୍ତାକ୍ଷର ସ୍ୱାକ୍ଷର
6/09/2022 at 5:46 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ମଧ୍ୟରେ ମଙ୍ଗଳବାର ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଜଳ, ବ୍ୟବସାୟ, ଆର୍ଥିକ ସମ୍ପର୍କ ଏବଂ କ୍ଷେତ୍ରୀୟ ତଥା ବୈଶ୍ୱିକ ବିଷୟ ସହ ଜଡିତ ଦ୍ୱିପାକ୍ଷିକ ବିଷୟର ଏକ ଶୃଙ୍ଖଳା ଉପରେ ବ୍ୟାପକ ଏବଂ ଉପଯୋଗୀ ଆଲୋଚନା କରିଛନ୍ତି । ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ଏହି ସୂଚନା ଦେଇଛନ୍ତି।
ବୈଦେଶିକ ସଚିବ କହିଛନ୍ତି, ଦୁଇ ନେତା ଆତଙ୍କବାଦ, ସୀମା ସମ୍ପର୍କ ଏବଂ ସୀମା ଆରପଟୁ ହେଉଥିବା ଅପରାଧକୁ ନେଇ ଆମର ଘନିଷ୍ଠ ସୁରକ୍ଷା ସହଯୋଗର ମହତ୍ୱକୁ ରେଖାଙ୍କିତ କରିଛନ୍ତି । ସେ କହିଛନ୍ତି, ଦୁଇ ଦେଶର ପ୍ରଧାନମନ୍ତ୍ରୀ ବାଂଲାଦେଶରେ ରେଳବାଇ ଇନଫ୍ରା ପରିଯୋଜନାର ବିକାଶ ସହ ଆମ ବିକାଶ ସହଭାଗୀତାକୁ ଆଗକୁ ବଢାଇବା ଉପରେ ସହମତି ପ୍ରକାଶ କରିଛନ୍ତି।
ଦିଲ୍ଲୀର ହାଇଦ୍ରାବାଦ ହାଉସରେ ହୋଇଥିବା ପ୍ରତିନିଧମଣ୍ଡଳ ସ୍ତରୀୟ ବୈଠକରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଉପରେ ହସ୍ତାକ୍ଷର ସ୍ୱାକ୍ଷର କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ଆମେ ଆତଙ୍କବାଦ ଏବଂ କଟ୍ଟରବାଦ ବିରୋଧରେ ସହଯୋଗ ଉପରେ ଜୋର ଦେଇଛୁ’। ପ୍ରଧାନମନ୍ତ୍ରୀ କହିଛନ୍ତି,’ଆମେ ଆଇଟି, ମହାକାଶ ଏବଂ ଆଣବିକ ଉର୍ଜା ପରି କ୍ଷେତ୍ରରେ ସହଯୋଗ ବଢାଇବାକୁ ନିଷ୍ପତ୍ତି ନେଇଛୁ, ଏଥିରେ ଆମର ଯୁବ ପିଢି ଅଧିକ ଆଗ୍ରହ ରଖିଛନ୍ତି’। ଏହାଛଡା ଆମେ କୁଶିୟାରା ନଦୀର ଜଳ ଭାଗବଣ୍ଟା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଉପରେ ହସ୍ତାକ୍ଷର କରିଛୁ। ଭାରତ-ବାଂଲାଦେଶ ସୀମାରେ ୫୪ ନଦୀ ପ୍ରବାହିତ ହୁଅନ୍ତି, ଏହା ଦୁଇ ଦେଶର ଲୋକଙ୍କ ଆଜୀବିକା ସହ ଜଡିତ ରହିଛି।