‘ତେଲଙ୍ଗାନାକୁ ପ୍ରଥମ ଓବିସି ମୁଖ୍ୟମନ୍ତ୍ରୀ ଦେବ ବିଜେପି’, ନିର୍ବାଚନ ରାଲିରେ ପିଏମ୍ ମୋଦୀଙ୍କ ବଡ଼ ଘୋଷଣା

Published By : Prameya-News7 Bureau | November 26, 2023 IST

ନୂଆଦିଲ୍ଲୀ: ତେଲଙ୍ଗାନା ବିଧାନସଭା ପାଇଁ ନଭେମ୍ୱର ୩୦ରେ ମତଦାନ ହେବ । ଏଥିପାଇଁ ବିଜେପି ଲଗାତାର ନିର୍ବାଚନୀ ରାଲି କରୁଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଡକ ଜିଲ୍ଲାରେ ଏକ ନିର୍ବାଚନ ରାଲିକୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ରାଜ୍ୟରେ କ୍ଷମତାରେ ଥିବା ବିଆରଏସ ଉପରେ ସେ ଜୋରଦାର ହମଲା କରିଥିଲେ । କେସିଆରଙ୍କ ଉପରେ ପରିବାରକୁ ରାଜନୀତିକ ଲାଭ ପହଞ୍ଚାଇବା ଅଭିଯୋଗ କରିଛନ୍ତି ।

wp:html /wp:html

ରାଲିକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 'କେସିଆର କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଫାର୍ମ ହାଉସରୁ ସେ ପାର୍ଟି ଚଲାଇଛନ୍ତି । ତେଲଙ୍ଗାନା ଜନତା କଂଗ୍ରେସ ଓ କେସିଆରଙ୍କ ଠାରୁ ସାବଧାନ ରହିବା ଦରକାର'। ଏହାସହ ପିଏମ୍ ନାରା ଦେଇଛନ୍ତି, ‘କଂଗ୍ରେସ-କେସିଆର ଏକ ସମାନ, ଦୋନୋ ସେ ରହୋ ସାବଧାନ’।

ପଢନ୍ତୁ: ରାଜସ୍ଥାନରେ ଗେହଲଟ ସରକାର ଆଉ କେବେ କ୍ଷମତାକୁ ଆସିବ ନାହିଁ : ପିଏମ୍ ମୋଦୀ  

ପିଏମ୍ ମୋଦୀ ଦୁଇ ଦଳକୁ ଟାର୍ଗେଟ୍ କରି କହିଛନ୍ତି, 'ଗୋଟିଏ ରୋଗର ଚିକିତ୍ସା ଅନ୍ୟ ଏକ ରୋଗ ହୋଇପାରିବ ନାହିଁ । କେବଳ ବିଜେପି ହିଁ ତେଲଙ୍ଗାନା ଲୋକଙ୍କ ଉନ୍ନତି କରିପାରିବ । କଂଗ୍ରେସ ଓ କେସିଆର ଶାସନରେ କେବଳ ସେମାନଙ୍କ ପରିବାର ହିଁ ଧନୀ ହୋଇଛି । ସେମାନେ ଗରିବ, ଏସସି, ଏସଟି ଓ ଓବିସିଙ୍କ ନାଁରେ ଭୋଟ ମାଗୁଛନ୍ତି ଓ କ୍ଷମତାର ଲାଭ ଅନ୍ୟ କେହି ପାଉଛନ୍ତି'। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ତେଲଙ୍ଗାନାକୁ ପ୍ରଥମ ଓବିସି ମୁଖ୍ୟମନ୍ତ୍ରୀ କେବଳ ବିଜେପି ହିଁ ଦେବ । କଂଗ୍ରେସ ଦେଶରେ ସୁଲତାନଶାହୀ ଓ କେସିଆର ନିଜାମଶାହୀକୁ ବଢାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.