୨୦୨୪ ପାଇଁ ବିଜେପିର 'ପ୍ଲାନ ୧୬୦', ଜନସମର୍ଥନ ବଢାଇବେ କେନ୍ଦ୍ରମନ୍ତ୍ରୀ, ପିଏମ ମୋଦୀଙ୍କ ମାରାଥନ ରାଲି

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିରେ ମାହିର ବିଜେପି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି । ଗୋଟିଏ ପଟେ ବିଜେପି କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ ଏବଂ ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପ୍ରସ୍ତୁତି କରୁଛି, ଅନ୍ୟପଟେ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସକ୍ରିୟ ହୋଇଛି । ବର୍ତ୍ତମାନ ସମୟରେ ବିଜେପି ପକ୍ଷରୁ ୧୬୦ଟି ଆସନରୁ ବଛା ଯାଇଛି । ଏଥିରୁ ଅଧିକାଂଶ ଆସନରେ ୨୦୧୯ରେ ବିଜେପି ଜିତି ପାରି ନଥିଲା । ପଶ୍ଚିମବଙ୍ଗ, ତାମିଲନାଡୁ, ଓଡ଼ିଶା, ବିହାର ପରି ରାଜ୍ୟରେ ଏହି ସବୁ ଆସନ ରହିଛି । ଏହାପରେ ବିହାର ଏବଂ ମହାରାଷ୍ଟ୍ରରେ ଜେଡିୟୁ ଏବଂ ଶିବସେନା ସହ ମେଣ୍ଟ ଭାଙ୍ଗିବା ପରେ ସ୍ଥିତିରେ ପରିବର୍ତ୍ତନ ଆସିଛି ।

କୁହାଯାଉଛି ଏହି ଆସନ ଗୁଡିକ ମଧ୍ୟରୁ ଅଧିଂକାଶରେ ପିଏମ ମୋଦୀଙ୍କ ଚେହେରାର ଲାଭ ଉଠାଇବାକୁ ପାର୍ଟି ପ୍ରସ୍ତୁତି କରୁଛି । ଏହି ଆସନ ଗୁଡିକରେ ପିଏମ ମୋଦୀଙ୍କ ପ୍ରାୟ ୪୦ ରାଲି ହୋଇପାରେ । ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୬ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇପାରେ ଏବଂ ପିଏମ ନରେନ୍ଦ୍ର ମୋଦୀ ନିଜେ ଏହାର ନେତୃତ୍ୱ ନେବେ । ଉତ୍ତର ପ୍ରଦେଶ ପରି ରାଜ୍ୟରେ ପୂର୍ବ ପରି ଆସନ ମିଳି ନପାରେ । ଏଥିପାଇଁ ଏହି ଆସନର ପୂରଣ ପାଇଁ ତେଲେଙ୍ଗାନା ଏବଂ ଓଡ଼ିଶା ପରି ରାଜ୍ୟକୁ ଅଧିକ ଫୋକସ ଦିଆଯାଇପାରେ ।  

ଉଲ୍ଲେଖଯୋଗ୍ୟ ଯେ ଏହି ଯୋଜନାକୁ ପ୍ରସ୍ତୁତ କରିବା ପାଇଁ ବିଜେପି ଡିସେମ୍ୱର ୨୧ ଏବଂ ୨୨ ଦୁଇ ଦିନ ବୈଠକ କରିଥିଲା । ଏହି ବୈଠକରେ ୧୦୦ ଆସନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଏହାପରେ ହାଇଦ୍ରାବାଦରେ ଡିସେମ୍ୱର ୨୮ରେ ଆଉ ଏକ ବୈଠକ ହେବ, ଏଥିରେ ୬୦ ଆସନ ପାଇଁ ଯୋଜନା ପ୍ରସ୍ତୁତ ହେବ । ବିଜେପିର ସାଂଗଠନିକ ମହାସଚିବ ବିଏଲ ସନ୍ତୋଷ ଏହା ଉପରେ ନଜର ରଖୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.