ନେତାଜୀ ଜୟନ୍ତୀ: ୨୨ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ ହେଲା ଆଣ୍ଡାମାନର ୨୧ ଦ୍ୱୀପ
23/01/2023 at 12:49 PM

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୬ ତମ ଜୟନ୍ତୀ ପାଳନ କରାଯାଉଛି। ସେପଟେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ମଧ୍ୟ ନେତାଜୀଙ୍କ ଜୟନ୍ତୀ(ପରାକ୍ରମ ଦିବସ) ପାଳନ କରୁଛନ୍ତି ଭାରତ ସରକାର। ଜୟନ୍ତୀ ପାଳନ ଉତ୍ସବରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣ୍ଡାମାନ ଦ୍ୱୀପପୁଞ୍ଜର ୨୧ ଦ୍ୱୀପର ନାଁ ୨୧ ଜଣ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ କରିଛନ୍ତି। ଆଜିଠାରୁ ଏହି ଦ୍ୱୀପଗୁଡ଼ିକ ପରମବୀର ଚକ୍ର ବିଜେତାଙ୍କ ନାଁରେ ପରିଚିତ ହେବ।
The islands have been named after 21 Param Veer Chakra awardees including Major Hoshiar Singh, Second Lt. Arun Khetrapal, Flying Officer Nirmaljit Singh Sekhon, Major Ramaswamy Parameswaran pic.twitter.com/rFZIVYY9rx
— ANI (@ANI) January 23, 2023
ତେବେ ଏହି ନାମକରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ। ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବି ଉତ୍ସବରେ ଯୋଗ ଦେବା ପାଇଁ ପୋର୍ଟ ବ୍ଲେୟରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଯୋଗେ ଉତ୍ସବର ଉଦ୍ଘାଟନ କରିଥିବା ବେଳେ ଆଜିଠାରୁ ଏହି ୨୧ ଦ୍ୱୀପ ପରମବୀର ଚକ୍ର ବିଜେତାଙ୍କ ନାଁରେ ପରିଚିତ ହେବ ବୋଲି ମୋଦୀ କହିଛନ୍ତି।
On the occasion of 126 birth anniversary of Netaji #SubashChandraBose 21 islands of Andaman and Nicobar are being named after 21 #ParamvirChakra awardees! What a fitting tribute to the Warriors who made the supreme sacrifice! Jai Hind! 🙏🌺🇮🇳🇮🇳🇮🇳 @narendramodi pic.twitter.com/RyOeZYEIjT
— Anupam Kher (@AnupamPKher) January 23, 2023
କେଉଁ ବୀରଙ୍କ ନାଁରେ ହେଲା ଦ୍ୱୀପଗୁଡ଼ିକର ନାମକରଣ?
ଆଜି ପରାକ୍ରମ ଦିବସ ଅବସରରେ ୨୧ ପରମବୀର ଚକ୍ର ବିଜେତାଙ୍କ ନାଁରେ ଆଣ୍ଡାମାନ ଦ୍ୱୀପପୁଞ୍ଜର ୨୧ ଦ୍ୱୀପର ନାମକରଣ ହୋଇଛି। ଏହି ବୀର ଯବାନ ହେଲେ- ମେଜର ସୋମନାଥ ଶର୍ମା(ସୋମନାଥ ଆଇଲ୍ୟାଣ୍ଡ), ସୁବେଦାର ଆଣ୍ଡ ଅନରରୀ କ୍ୟାପ୍ଟେନ୍ ଓ ଲାନ୍ସ ନାୟକ କରମ ସିଂହ ଏମ୍ଏମ୍(କରମ ସିଂହ ଆଇଲ୍ୟାଣ୍ଡ), ସେକେଣ୍ଡ ଲେଫ୍ଟନାଣ୍ଟ ରାମରାଘବ ରାଣେ(ରାଣେ ଆଇଲ୍ୟାଣ୍ଡ),ନାୟକ ଯଦୁନାଥ ସିଂହ(ଯଦୁନାଥ ଆଇଲ୍ୟାଣ୍ଡ), କମ୍ପାନୀ ହାବିଲଦାର ମେଜର ପୀର ସିଂହ(ପୀରୁ ଆଇଲ୍ୟାଣ୍ଡ), କ୍ୟାପ୍ଟେନ୍ ଜିଏସ୍ ସାଲାରିଆ(ସାଲାରିଆ ଆଇଲ୍ୟାଣ୍ଡ)।
Prime Minister Narendra Modi participates in a ceremony to name the 21 largest unnamed islands of Andaman & Nicobar Islands, via video conferencing. PM will also unveil the model of the National Memorial dedicated to Netaji to be built on Netaji Subhas Chandra Bose Dweep. pic.twitter.com/jBouUvl0Rv
— ANI (@ANI) January 23, 2023
ଲେଫ୍ଟନାଣ୍ଟ କର୍ଣ୍ଣେଲ୍(ମେଜର) ଧ୍ୟାନ୍ ସିଂହ ଥାପ୍ପା(ଧ୍ୟାନ ସିଂହ ଆଇଲ୍ୟାଣ୍ଡ), ସୁବେଦାର ଯୋଗେନ୍ଦର ସିଂହ(ଯୋଗେନ୍ଦର ଆଇଲ୍ୟଣ୍ଡ), ମେଜର ସୈତାନ ସିଂହ(ସୈତାନ ସିଂହ ଆଇଲ୍ୟାଣ୍ଡ),ସିକ୍ୟୁଏମ୍ଏଚ୍ ଅବଦୁଲ୍ ହମୀଦ(ହମୀଦ ଆଇଲ୍ୟାଣ୍ଡ), ଲେଫ୍ଟନାଣ୍ଟ କର୍ଣ୍ଣେଲ ଅର୍ଦେଶୀର ବୁର୍ଜୋର୍ଜି ତାରାପୋରେ(ତାରାପୋରେ ଆଇଲ୍ୟାଣ୍ଡ), ଲାନ୍ସ ନାୟକ ଆଲବର୍ଟ ଇକ୍କା(ଇକା ଆଇଲ୍ୟାଣ୍ଡ),ମେଜର ହୁସିଆର ସିଂହ(ହୁସିଆର ଆଇଲ୍ୟାଣ୍ଡ), ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଲ(କ୍ଷେତ୍ରପାଲ ଆଇଲ୍ୟାଣ୍ଡ)।
The islands have been named after 21 Param Veer Chakra awardees including Subedar Major Sanjay Kumar and Subedar Major Yogendra Singh Yadav (Retd). pic.twitter.com/XCbD75KUEQ
— ANI (@ANI) January 23, 2023
ଫ୍ଲାଇଂ ଅଫିସର ନିର୍ମଳଜିତ ସିଂହ ସେଖନ(ସେଖନ ଆଇଲ୍ୟାଣ୍ଡ), ମେଜର ରାମାସ୍ୱାମୀ ପରମେଶ୍ୱରମ(ରାମାସ୍ୱାମୀ ଆଇଲ୍ୟାଣ୍ଡ), ନାଏବ ସୁବେଦାର ବନ ସିଂହ( ବନ ଆଇଲ୍ୟାଣ୍ଡ),କ୍ୟାପ୍ଟେନ୍ ବିକ୍ରିମ ବାତ୍ରା(ବାତ୍ରା ଆଇଲ୍ୟାଣ୍ଡ), ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ(ପାଣ୍ଡେ ଆଇଲ୍ୟାଣ୍ଡ), ସୁବେଦାର ମେଜର(ରାଇଫଲ ମ୍ୟାନ୍) ସଞ୍ଜୟ କୁମାର(ସଞ୍ଜୟ ଆଇଲ୍ୟାଣ୍ଡ), ସୁବେଦାର ମେଜର ରିଟାୟାର୍ଡ ହୋନି କ୍ୟାପ୍ଟେନ୍ ଗ୍ରେନାଡାଏର ଯୋଗେନ୍ଦ୍ର ସିଂହ ଯାଦବ(ଯୋଗେନ୍ଦ୍ର ଆଇଲ୍ୟାଣ୍ଡ)
Prime Minister Narendra Modi names the 21 largest unnamed islands of Andaman & Nicobar Islands, via video conferencing. pic.twitter.com/MUEdMgF2ZL
— ANI (@ANI) January 23, 2023
ଉଦ୍ଘାଟନ ଉତ୍ସବରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ଆଗାମୀ ପିଢ଼ି ପାଇଁ ଏହି ଦ୍ୱୀପଗୁଡ଼ିକ ଏକ ପ୍ରେରଣା ଭଳି କାମ କରିବ। ଆଣ୍ଡାମାନେର ପ୍ରଥମ ଥର ସ୍ୱାଧୀନ ତ୍ରିରଙ୍ଗା ଉଡାଯାଇଥିଲା। ନେତାଜୀଙ୍କୁ ଲୋକମନରୁ ଭୁଲାଇ ଦେବାକୁ ଅନେକ ଥର ପ୍ରୟାଶ କରାଯାଇଛି। କିନ୍ତୁ ଏହି ସ୍ମାରକୀ ଆସନ୍ତା ପିଢ଼ିକୁ ପ୍ରେରଣା ଦେବ। ପରାକ୍ରମ ଦିବସରେ ଯୋଗ ଦେଇ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତୀ ଅନାବରଣ କରିଛନ୍ତି।
Prime Minister Narendra Modi unveils the model of the National Memorial dedicated to Netaji to be built on Netaji Subhas Chandra Bose Dweep. pic.twitter.com/nrzldpgKkD
— ANI (@ANI) January 23, 2023
ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଣ୍ଡାମାନ୍ରେ ତ୍ରିରଙ୍ଗା ଉଡ଼ାଇଥିଲେ। ଅଧିକାରୀଙ୍କ ସୂଚନା ଅନୁସାରେ ୧୯୪୩ ଡିସେମ୍ବର ୩୦ ନେତାଜୀ ଜିମଖାନା ପଡ଼ିଆରେ ତ୍ରିରଙ୍ଗା ଉଡ଼ାଇଥିଲେ। ଶାହ ସେହି ସ୍ଥାନରେ ତ୍ରିରଙ୍ଗା ଉଡ଼ାଛନ୍ତି ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ଜିମ୍ଖାନା ଷ୍ଟାଡିୟମ୍ର ନାଁ ନେତାଜୀ ଷ୍ଟାଡିୟମ୍ ହୋଇଛି।