ୱେଷ୍ଟବ୍ୟାଙ୍କ ୨୬।୨: ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମୋହମ୍ମଦ ଶତାୟେହ ସୋମବାର ତାଙ୍କ ସରକାରର ଇସ୍ତଫା ଘୋଷଣା କରିଛନ୍ତି। ଏହି ସରକାର ୱେଷ୍ଟବ୍ୟାଙ୍କ ନିୟନ୍ତ୍ରଣାଧୀନ ଅଞ୍ଚଳରେ ଶାସନ କରୁଥିଲା। ଶତାୟେହ କହିଛନ୍ତି ଯେ ସରକାରଙ୍କ ଇସ୍ତଫା ରାଷ୍ଟ୍ରପତି (ମହମୁଦ ଆବ୍ବାସ)ଙ୍କୁ ପ୍ରଦାନ କରୁଛି। ସେ କହିଛନ୍ତି ଯେ ଏହି ଇସ୍ତଫା ଗାଜାଷ୍ଟ୍ରିପ୍ ବିରୋଧରେ ଆକ୍ରମକତା ଓ ୱେଷ୍ଟବ୍ୟାଙ୍କ ଏବଂ ଜେରୁଜେଲମରେ ଉତ୍ତେଜନା ସମ୍ପର୍କିତ ଘଟଣାକ୍ରମ ଯୋଗୁ ସେ ଦେଉଛନ୍ତି।
ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମୋହମ୍ମଦ ଶତାୟେହଙ୍କ କହିବା କଥା ହେଲା ତାଙ୍କ ସରକାର ଇସ୍ତଫା ଦେଉଛି, ଯାହା ଦ୍ୱାରା ପାଲେଷ୍ଟାଇନ ପ୍ରାଧିକରଣରେ ଆମେରିକୀୟ ସୁଧାରର ଦ୍ୱାର ଖୋଲିପାରିବ। ତେବେ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କୁ ଏବେ ଏହା ସ୍ଥିର କରିବାକୁ ପଡିବ ଶତାୟେହ ଓ ତାଙ୍କ ସରକାର ସୋମବାର ଦେଇଥିବା ଇସ୍ତଫାକୁ ଗ୍ରହଣ କରିବେ କି ନାହିଁ। ଆମେରିକା ଚାହେଁ ଯୁଦ୍ଧ ସମାପ୍ତ ହେଲେ ଗାଜାରେ ଶାସନ ଲାଗି ଏକ ସଂଶୋଧିତ ପାଲେଷ୍ଟାନିୟ ପ୍ରାଧିକରଣ ହେଉ। ତେବେ ଏହାକୁ କାର୍ଯ୍ୟକାରୀ କରିବାରେ ଅନେକ ବାଧା ଅଛି।
{"id":914005,"sizeSlug":"full","linkDestination":"none"}ପାଲେଷ୍ଟାଇନ ଲଗାତାର ଇସ୍ରାଏଲ ଓ ହମାସ ମଧ୍ୟରେ ଜାରୀ ଯୁଦ୍ଧକୁ ନେଇ ଇସ୍ରାଏଲକୁ କାଠଗଡ଼ାରେ ଛିଡା କରୁଛି। କାରଣ ଯେଉଁ ଗାଜା ଉପରେ ଇସ୍ରାଏଲ ଲଗାତାର ଆକ୍ରମଣ ଜାରି ରଖିଛି ସେଠାରେ ସାଧାରଣ ପାଲେଷ୍ଟାନୀୟ ନାଗରିକ ମଧ୍ୟ ରହୁଛନ୍ତି। ଏହା ପୂର୍ବରୁ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସମ୍ପର୍କର ଇତିହାସକୁ ନେଇ ବଡ଼ ବୟାନ ଦେଇଥିଲେ। ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଏହୁଦ ଅଲମୋର୍ଟ ଫେବୃଆରୀ ୨୪ ତାରିଖ ଦିନ କହିଥିଲେ ଯେ୨୦୦୮ ଗାଜା ସଂଘର୍ଷ ବୀରାମ ପରେ ଇସ୍ରାଏଲ ଓ ପାଲେଷ୍ଟାଇନ ଶାନ୍ତି ପ୍ରାପ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ହରାଇଛନ୍ତି।
ତେବେ ଶାନ୍ତି ସ୍ଥାପନାରେ ବିଫଳତା ପାଇଁ ଓଲମର୍ଟ ହମାସ ଆକ୍ରମଣକୁ କାରଣ ବୋଲି କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସମର୍ଥକ ନୁହନ୍ତି। ଓଲମର୍ଟ ଫର୍ସ୍ଟପୋଷ୍ଟ ରକ୍ଷା ଶିଖର ସମ୍ମଳନୀରେ କହିଥିଲେ ଯେ ହମସାର ଘାତକ ଓ ଲଗାତାର ଆକ୍ରମଣ ଯୋଗୁ ଆମେ ଶାନ୍ତି ସ୍ଥାପନାର ସୁଯୋଗ ହରାଇଛେ।